ଭଙ୍ଗା ହୃଦୟ - ସ୍ପନ୍ଦନ କୁମାର ପରିଡା
କଲମ ଧରିକି ବସିଥିଲି ଦିନେ,
ଚିଠି ଲେଖିବା ଆଳରେ,
ଲେଖିବି ଲେଖିବି ହେଉଥିଲି ସତ,
ଲେଖି ପାରିଲି ନାହିଁ ରାତିରେ,
ସ୍ୟାହି ଶେଷ ଥିଲା ମୋ କଲମ ମୁନରେ।
ଲେଖିବା ର ଇଚ୍ଛା ମତେ ବାଧ୍ୟ କଲା
ଲେଖିବା ପାଇଁ ସେହି କଲମ ମୁନରେ,
ସ୍ୟାହି ବଦଳରେ ଲୁହ ଭରିଦେଇ,
ଲେଖିଦେଲି ଭଙ୍ଗା ହୃଦୟ ର ବ୍ୟଥା,
ଯନ୍ତ୍ରଣା ଭରା ଚିଠି କୁ ନ ଦେଖି,
ହସି ହସି ପ୍ରିୟା ଦେଲ ତାକୁ ଚିରି,
କୁହ କଣ ଭୁଲ ଥିଲା ମୋର।
ଚିଠି ଚିରିଲାନି ହୃଦୟ ଚିରିଲା ମୋର,
ଆଗରୁ କହିଥିଲେ ନିଜେ ଚିରିଥାନ୍ତି,
ପ୍ରେମୀ ହୃଦୟକୁ ମୋର।
ଦେଖିଥାନ୍ତ ପ୍ରିୟା ହୃଦୟ ଭିତରେ
ତୁମେ ହିଁ ତ ରହିଥିଲ।
Post a Comment