ପ୍ରେମ ପାଇଁ ଗୋଟିଏ ଦିନ!



ପ୍ରେମ ପାଇଁ ଗୋଟିଏ ଦିନ! - ପ୍ରିୟଦର୍ଶିନୀ ମହାନ୍ତି

କ'ଣ ପ୍ରେମ ପାଇଁ ଯଥେଷ୍ଟ କି
ଗୋଟିଏ ଦିନ!
ନା ପ୍ରେମ ଜାହିର କରିବାକୁ 
ଲୋଡ଼ା ପଡେ ନାମି ଦାମୀ ଉପହାରମାନ..,!!

କ'ଣ ଖାଲି ପ୍ରେମିକା ପ୍ରେମିକ ମଧ୍ୟେ
ସୀମିତ ରୁହେ ଏ ପ୍ରେମ ଦିବସ?
ସ୍ରଷ୍ଟାର କ'ଣ ପ୍ରେମ ପ୍ରାପ୍ୟ ନୁହେଁ କି!
ପ୍ରେମ ତ ପରିବ୍ୟାପ୍ତ
ଭୂମିରୁ ଭୂମା ଯାଏଁ,
ତେବେ କ'ଣ ପାଇଁ କରାଯାଏ ବିକୃତ ...

ଅଳ୍ପ ଦିନର ସାକ୍ଷାତ
ଆଉ କିଛି ସ୍ୱାର୍ଥ ଆଶାରେ
କରାଯାଏନି ପ୍ରେମ..
ପ୍ରେମ ନୁହେଁ ସ୍ୱାର୍ଥ କିମ୍ବା ସର୍ତ୍ତ,
ପ୍ରେମ ତ ସେତୁଟିଏ
ଯୋଡ଼େ ମନ ସହ ମନ।

ଆଜି କାଲିକା ପ୍ରେମର ନିଦର୍ଶନ
ଦେଖିବାକୁ ମିଳିଯାଏ
ପାର୍କ କିମ୍ବା ହୋଟେଲରେ...
ଶେଷରେ ପ୍ରେମର ପ୍ରତୀକ ମିଳେ
ପରିତ୍ୟକ୍ତ ଗଳି ଡଷ୍ଟବିନ କିମ୍ବା ନାଳରେ..

ପ୍ରେମର ରଙ୍ଗ କାଳେ ଲାଲ,
କିନ୍ତୁ ରକ୍ତପାତ ନୁହେଁ..
ଦେହ ଦେହର ମିଛ ପ୍ରେମ ଖେଳରେ
ବଳିପଡ଼େ ଶିଶୁର କଅଁଳିଆ ଦେହ।

Post a Comment

Post a Comment (0)

Previous Post Next Post