ଆହେ ମହାପ୍ରଭୁ

ଆହେ ମହାପ୍ରଭୁ - ପ୍ରଶାନ୍ତ କୁମାର
କାନ୍ଦୁଥାଏ ସିନା ଲୁଚାଇ ହୃଦୟ
ଅନ୍ୟକୁ ହସାଏ କରି ଅଭିନୟ ।
ଏ ରଙ୍ଗମଞ୍ଚେ ମୁଁ ଛାର କଳାକାର
ସଭିଙ୍କୁ ରସାଏ ଭାବି ମୁଁ ନିଜର ।
ଦୁଃଖ ପରେ ଦୁଃଖ ଯାଏ ସବୁ ସହି
ଅନ୍ତରର କଥା ନ ପାରଇ କହି ।
ଦିନ ପରେ ରାତି , ରାତି ପରେ ଦିନ
ଗୁରୁ କୃପା ବିନା ଛାର ଏ ଜୀବନ । ପିତାମାତାଙ୍କୁ ଯେ ନିତି ପୂଜୁଥାଏ 
ଚଲାପଥ ତାର କୁସୁମିତ ହୁଏ ।
କି ଅବା କହିବି ଆହେ ମହାପ୍ରଭୁ 
ତୁମ୍ଭ ବିନା ଏଠି ମୋହ ମାୟା ସବୁ ।
ଜଗତର ନାଥ ଆହେ ଜଗନ୍ନାଥ 
ଦର୍ଶନ ଦିଅ ହେ ଆହେ ରଘୁନାଥ । ନାବିକ ଯେ ତୁମେ ସଂସାର ନଇରେ 
ପାରି କରିଦିଅ ଏ ଅଧମକୁ ଥରେ ।
ନିଇତି ଭଜଇ ନିଇତି ଖୋଜଇ 
କାନ୍ଦି କାନ୍ଦି ରହେ ତୁମକୁ ନ ପାଇ ।
ଝରି ଝରି ଅଶ୍ରୁ ,ଆଖି ଯାଏ ଶୁଖି
କେମିତି ବଞ୍ଚିବି ତୁମକୁ ନ ଦେଖି ।
ଏତିକି କୁରୁପା କର ମହାବାହୁ 
ଏ ମନ ସଦା ତୁମ ପାଖେ ଥାଉ ।
ପ୍ରାଣ ପକ୍ଷୀ ଯେବେ ଛାଡୁଥିବ ଘଟ
ସେହି କ୍ଷଣେ ତୁମ୍ଭେ ହୋଇବ ପ୍ରକଟ।
ତୁମ୍ଭକୁ ଦେଖି ମୁଁ ପାଇବି ମୁକତି
ପବିତ୍ର ଏ ଆତ୍ମାର ହୋଇବ ସଦଗତି ।


Post a Comment

Post a Comment (0)

Previous Post Next Post
Free Shubhdristi App Download Now