ଉତ୍କଳ ଆଶା - ଅମ୍ରିତେଶ ଖଟୁଆ
କଙ୍କାଳସାର ଭିତରୁ ଖୋଜ,
ଦଧୀଚିଙ୍କ ହାଡ଼ ସବୁ ଗୋଟି,
ନିଉଛାଳି ନିଅ ନିଦ୍ରିତ ବୁକୁ,
ଦେଖିବାକୁ ବଜ୍ର ପଡେ ଲେଉଟି।
ଶିକାରେ ରଖିଥା ଗାଳିର ପେଜ,
ବିଦେଶୀ ଲୁଣକୁ ଲଣ୍ଠନ ଘାଆରେ,
ଗଡ଼ଖାଇ ପରତେ ଲୁଚିଛି ଦରାଣ୍ଡି,
ଦେଖି ବଇରୀ ତୋହରି ନିଆଁରେ।
ଛିଡ଼ାଇ ନିଗଡ଼ ଆସ ତୁନି ହେଇ, ଆସ ବାରେ ସାତ ତରୀ ଉଜାଣି,
ଭୂରୁବନେ ନିଆଁ ଉଜାଡି ଦେଲା, ରାଇଜ ମୋ ଚିରନ୍ତନ ଜୀବନୀ।
କଙ୍କାଳସାର ଭିତରୁ ଖୋଜ,
ପଳାଶ ଫୁଲ କଉ ଦେହେ ଫୁଟିଛି
କେଉଁ ରକ୍ତଜବା ବନେ ଦେଖ,
କୃଷ୍ଣାମ୍ଵର-ପ୍ରଭାତୀ ଚହଟିଛି।
କିଏ ଝାଳକୁ ପିଅର କରି ବଞ୍ଚିଛି,
ଝାଳ ବୁନ୍ଦା ଝଲରି ସିଞ୍ଚିଛି,
ରାତିରେ ପିଇଛି ଉଷାର ଆଲୋକ,
ସିଏ ମୋ ଉତ୍କଳେ ଅଶୋକ।
ଜଗତେ ଆରତ ଯେଉଁ ନିନ୍ଦି କଳତ୍ର, ଆଶା କରିଛି ଉତ୍କଳ-ନେତ୍ର,
ଦେଖିବ ଥରେ ଲୋତକ ପୋଛି, ପିନ୍ଧିବ ପୁଣି ବୀର-ବେଶେ କାଛି।
Post a Comment