ଆମ ସଂପର୍କ



 ଆମ ସଂପର୍କ - ପ୍ରଭାତ କୁମାର ବଳ

ଆଜି ବି ଦଣ୍ଡାୟମାନ  ଆମ ସଂପର୍କ
ତୁମ ଭଲପାଇବାର ମହାଦ୍ରୁମ ହୋଇ
ଖାଲି ଯାହା ସଂକୀର୍ଣ୍ଣ ବସନ୍ତର ଅବଧି।
ଆଜି ବି ଚିକମିକ କରେ 
ଆମ ବନ୍ଧୁତାର ବତୀଘର
ଖାଲି ଯାହା ସେଠି ନାଲି ନେଳି ଆଲୋକର ସମାଧି।
ଶୁନ୍ ଶାନ୍ ସଡକର ବତୀଖୁଣ୍ଟ ପରି
 ତୁମେ ଆଜି ବି ଜ୍ଵାଜ୍ୱଲ୍ୟମାନ
ହେଲେ କୋଉଠି ନା କୋଉଠି ତୁମ ସ୍ୱଚ୍ଛନ୍ଦ୍ୟ ପଥରେ
ଏବେବି ସେ ଅଫେରନ୍ତା  ବାଟୋଇର ଅନନ୍ତ ପ୍ରତିକ୍ଷା।
ମୁ ଅନୁଭବ କରିଛି
ତୁମ ବର୍ଣନା ବେଳେ ଶବ୍ଦମାନଙ୍କର ଅସହାୟତା 
ଓ ସେମାନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ,
ସେମାନଙ୍କ ଅକର୍ମନ୍ୟତାରେ ବି
ତୁମର କି ନିଖୁଣ ଜୀବନ୍ତ ଉପସ୍ଥିତି।
ଏହା ବୋଧେ ତୁମ ଆଦ୍ୟ ପ୍ରାନ୍ତ ପ୍ରୟୋଗାତ୍ମକ କର୍ମସୂଚୀ।
ସଂକୀର୍ଣ୍ଣତାର ଉର୍ଦ୍ଧରେ ରହି 
ବ୍ୟାପକତାର ପରିଧିରେ ତୁମ ଜୀବନ ଜ୍ୟାମିତି।
ଯନ୍ତ୍ରଣା ଜର୍ଜରିତ ଭଙ୍ଗା କାନ୍ଥରେ
ତୁମ ଛଦ୍ମ ହସର ମାଟିଲେସା ପ୍ରଲେପ ସାଙ୍ଗକୁ
କୋହ ଚାପିବାର ମିଛି ମିଛିକା ଝୋଟି ହିଁ 
ସେ କାନ୍ଥ ଉପରେ ଅମର କୀର୍ତ୍ତି।
ତଥାପି ତୁମ ସମ୍ପର୍କ ସନ୍ଦିହାନ
ସ୍ଥିର ଜୀବନ୍ତ ମହାଦୁର୍ଗ ପରି 
ତା ଭିତରେ ଲୁକ୍କାୟିତ
କେତେ ଯୁଗର ଅନୁମୁକ୍ତ ପ୍ରେମ
ତୁମେ ତାର ଜାଗ୍ରତ ପ୍ରହରୀ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now