କରୋନା ଭୂତାଣୁ ସଂକ୍ରାନ୍ତରେ ସାମାନ୍ୟ ସୂଚନା

କରୋନା ଭୂତାଣୁ ସଂକ୍ରାନ୍ତରେ ସାମାନ୍ୟ ସୂଚନା
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ



ରୋଗ ନୁହେଁ, ରୋଗପ୍ରତି ଭୟରେ ଜୀବନ ଚାଲିଯିବ !

ବିଗତ ଦୁଇ ଦଶନ୍ଧିରେ ଶ୍ଵାସ ସଂକ୍ରମଣ ଜନିତ ଅନେକ ରୋଗ ଦେଖା ଦେଇଛନ୍ତି । ସାରସ, ବାର୍ଡ ଫ୍ଲୁ, ସ୍ବାଇଁନ ଫ୍ଲୁ ଇତ୍ୟାଦି । ଏବଂ ସେ ସମୟରେ ମଧ୍ୟ ସେହି ସବୁ ରୋଗକୁ ନେଇ ଅନେକ ଭୟଭ୍ରାନ୍ତି ବ୍ୟାପକ ଭାବେ ପ୍ରସାର ହୋଇଥିଲା, ଆଜିକାଲି ଭଳି ସେ ସମୟରେ ସାମାଜିକ ଗଣମାଧ୍ୟମ ଏତେ ପ୍ରବଳ ମାତ୍ରାରେ ନଥିବା ହେତୁ ସେହି ସବୁ ରୋଗକୁ ନେଇ ଆତଙ୍କ ସୃଷ୍ଟି ହୋଇନଥିଲା ।

ଆଜିର ଗଣମାଧ୍ୟମ ଏବଂ ସୋସିଆଲ ନେଟୱର୍କ ଲୋକଙ୍କ ମନରେ ଅଯଥା ଭୟ ସୃଷ୍ଟି କରୁଛନ୍ତି । 

ପ୍ରାରମ୍ଭିକ ପର୍ଯ୍ୟାୟରେ କେରଳରେ ଦେଖାଯାଇଥିବା ତିନିଜଣ କରୋନା ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିଛନ୍ତି । 

ଆମକୁ ବୁଝିବାକୁ ହେବ ଯେ କରୋନା ସମେତ ପ୍ରାୟ ସମସ୍ତ ସାଧାରଣ ଥଣ୍ଡା ରୋଗ ସୃଷ୍ଟି କରୁଥିବା ଭୂତାଣୁ ସ୍ଵତଃସ୍ଫୁର୍ତ୍ତ ଭାବରେ ଅଚଳ ହୋଇ ଯାଆନ୍ତି ତେଣୁ ଥଣ୍ଡା ରୋଗରେ ଆମେ ଲକ୍ଷଣ ଦେଖି ଚିକିତ୍ସା ପରାମର୍ଶ ଦେଇଥାଉ ।

କରୋନା ରୋଗରେ ମଧ୍ୟ ଠିକ ସେହି ପନ୍ଥା ଅବଲମ୍ବନ କରି ଅନେକ ଭଲ ବି ହୋଇଛନ୍ତି । 

ଅତୀତରେ ଏହାଠାରୁ ଅଧିକ ମାରାତ୍ମକ ରୋଗ ଯେମିତି ପ୍ଲେଗ, କଲେରା ଆଦି ଏହାଠାରୁ ଅଧିକ ଆତଙ୍କ ଖେଳାଇ ସାରିଛନ୍ତି । ଏବେ ସେଭଳି ରୋଗ ଆଉ ପ୍ରାୟ ଦେଖାଯାଉ ନାହିଁ ।

ଦେଢଶହ କୋଟି ଜନସଂଖ୍ୟାର ଚୀନ୍ ଦେଶରେ ମାତ୍ର ୩୦୦୦ ରୋଗୀ ମୃତ୍ୟୁବରଣ କରିଥିବାବେଳେ ଆକ୍ରାନ୍ତ ହୋଇଥିଲେ ସତୁରି ହଜାରରୁ ଅଧିକ ଲୋକ । ଏହା ଜନସଂଖ୍ୟାର କେତେ ପ୍ରତିଶତ ? ନଗଣ୍ୟ ବୋଲି କହି ପାରିବା । 

ସବୁଠାରୁ ଅଧିକ ଆଶ୍ଚର୍ଯ୍ୟର ବିଷୟ, ଏହି ରୋଗକୁ ନେଇ ଅନେକ ଭ୍ରାନ୍ତ ଧାରଣା ସମାଜରେ ସୃଷ୍ଟି କରାଯାଇଛି ଏବଂ ସବୁଠାରୁ ବଡ଼ କଥା ହେଉଛି ଅନେକ ଡାକ୍ତର ମଧ୍ୟ ଗଣମାଧ୍ୟମ ଦ୍ଵାରା ପ୍ରଭାବିତ ହୋଇ ଲୋକଙ୍କୁ ଅଧିକ ଆତଙ୍କିତ କରି ପକାଉଛନ୍ତି ।

ଏହାର ଅର୍ଥ ନୁହେଁ ଯେ ଆପଣ ସମ୍ପୂର୍ଣ୍ଣ ଭାବେ ନିଶ୍ଚିନ୍ତ ହୋଇ ଯାଆନ୍ତୁ, କାରଣ ସଚେତନତା ହିଁ ରୋଗରୁ ମୁକ୍ତିର ମୁଖ୍ୟ ଉପାୟ । କିନ୍ତୁ ନିଜେ ଭୟଭୀତ ହେବା ଏବଂ ଅନ୍ୟକୁ ଭୟଭୀତ କରାଇବା କାର୍ଯ୍ୟରୁ ଅନ୍ତତଃ ଡାକ୍ତରମାନେ ଦୂରରେ ରହିବା ଆବଶ୍ୟକ । ଲୋକଙ୍କ ଭିତରେ ଆତ୍ମବିଶ୍ବାସ କେବଳ ଡାକ୍ତରମାନେ ହିଁ ଆଣି ପାରିବେ । 

ରୋଗ ପ୍ରତିଷେଧକ ଶକ୍ତି ହରାଇଥିବା ବ୍ୟକ୍ତି, କୌଣସି ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ବ୍ୟକ୍ତି, ଡାଇବେଟିସ, କ୍ୟାନସର, କିମ୍ବା ଅନ୍ୟ କୌଣସି ପୁରୁଣା ରୋଗଥିବା ବ୍ୟକ୍ତି ମାନେ ବିଶେଷ ଭାବେ ସଚେତନ ହୋଇ ଯତ୍ନବାନ ହେବାକୁ ପଡିବ । 

ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ, ବେଶୀ ସମୟ ଭୋକରେ ରାହନ୍ତୁ ନାହିଁ, ଦିନରେ ଅନ୍ୟୁନ ଚାରିରୁ ପାଞ୍ଚ ଲିଟର ପାଣି ପିଅନ୍ତୁ । ଘରୁ ବାହାରକୁ ଗଲେ ଭିଡସ୍ଥାନରେ ରହନ୍ତୁ ନାହିଁ । ହାତକୁ ବାରମ୍ବାର ଧୋଇବା ଅଭ୍ୟାସ କରନ୍ତୁ । 

ଯଦି ସନ୍ଦେହ କରୁଥାନ୍ତି ଯେ ଆପଣଙ୍କୁ ସଂକ୍ରମଣ ହୋଇଥାଇପାରେ ତାହେଲେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରନ୍ତୁ ।

ରୋଗ ପ୍ରତିଷେଧକ ଶକ୍ତି ନଥିବା ବ୍ୟକ୍ତି ଏହି ରୋଗରେ ମୃତ୍ୟୁବରଣ କରିପାରନ୍ତି । କିନ୍ତୁ ଯେମିତି ଆପଣ ଦେଖୁଛନ୍ତି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ କମ । 

ତେଣୁ ସାବଧାନ ରହନ୍ତୁ, ସଚେତନ ରହନ୍ତୁ, ସୁରକ୍ଷିତ ରହନ୍ତୁ ।

ମନେ ରଖନ୍ତୁ, ସାଧାରଣ ସଚେତନତା ଏବଂ ବ୍ୟକ୍ତିଗତ ସ୍ବଚ୍ଛତା ଦ୍ବାରା ଆପଣ କରୋନା ଠାରୁ ନିଜକୁ ସୁରକ୍ଷିତ ରଖି ପାରିବେ ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now