ବରଷକେ ମୋ ମାଆ


ବରଷକ ପରେ ଆସିଛ ଗୋ ମା

ଜଗତ ଜନନୀ ଦୁର୍ଗା

ହସ୍ତେ ତ୍ରିଶୂଳ ,ହସହସ ମୁଖ 

ତୁମେ ଜଗତେ ଅମ୍ବା।।


କର ଗୋ ମା କରୁଣାର ବୃଷ୍ଟି 

ଜଗତ କଲ୍ୟାଣ ପାଇଁ

ସଂସାର ଆଜି ଉତ୍ସବ ମୁଖର 

ତୁମେ ଆସିବା ପାଇଁ ।।


ତୁମେ ଆସିବ ବୋଲି ପୁର ଠାରୁ ପଲ୍ଲୀ 

କେତେ ସାଜସଜ୍ଜା 

ଉଚ୍ଛନ୍ନ ମନଟା ସୀମା ନ ମାନଇ

କରିବାକୁ ତୁମ ପୂଜା ।।


ମନ ମୋ କହୁଛି ତୁମ ପାଶେ ଯାଇ 

କରିବି ଏକ ଅଳି

ନିତି ନ ଆସି ବରଷ କୁ ଥରେ 

ଆସ କାହିଁ ପାଇଁ ।।


ଜାଣିଛି ମୁଁ ମା ସନ୍ତାନ ର ଅଳି 

ରଖିବ ତୁମେ ନିଶ୍ଚେ 

ଅଳକାପୁରି ରୁ ଓହ୍ଲାଇ ଆସି 

ମୂର୍ତ୍ତି ମଣ୍ଡପେ ବିଜେ ।।


ଅମିଶା ପାଢ଼ୀ

ଶେରଗଡ଼,ଗଞ୍ଜାମ 

Post a Comment

Post a Comment (0)

Previous Post Next Post
Free Shubhdristi App Download Now