ନାରୀ କେବଳ ଅକ୍ଷର ନୁହଁ
ମମତା ର ଗଭୀରତା ,
ସ୍ନେହର ରେ ଭରା ସାଗର
ଶାନ୍ତି ଓ ଏକତା ର ବାସ୍ତବତା ।।
ନାରୀ ଏକ ସୁନ୍ଦର ସୃଷ୍ଟି
ଯାହାକୁ ଆଙ୍କିବା ଅସମ୍ଭବ ,
ତାହାରି ଲାଗି ସଂସାର ଚାଲେ
ନାରୀ ହିଁ ଅଟେ ବାସ୍ତବ ।।
ନାରୀ ଅଟେ ସର୍ବସଂହା
ଅବର୍ଣ୍ଣନୀୟ ଗୁଣ ଗାରିମା ,
ଅଶେଷ ତାହାରି କୀର୍ତ୍ତି
ସେ ଝିଅ ,ଭଗିନୀ ପୁଣି ମା ।।
ନାରୀ ସୌନ୍ଦର୍ଯ୍ୟ ର ପ୍ରତିମୂର୍ତ୍ତି
ପ୍ରତି ଘରେ ସେ ମଉଡ଼ ମଣି ,
ଧରିତ୍ରୀ ପରି ସବୁ ସହିଚାଲେ
ମନ୍ତ୍ରମୁଗ୍ଧ କରେ ତା' କାହାଣୀ ।।
ଶୁଭମୟୀ ଷଢ଼ଙ୍ଗୀ
ହିଞ୍ଜିଳିକାଟୁ ( ଗଞ୍ଜାମ )
Post a Comment