ପାର୍ବଣକୁ କଲି ସ୍ବାଗତ


ପାର୍ବଣ ଆସିଛି ରତୁ ଚହଟିଛି 

ମା ତୋର ପର୍ବାଣୀରେ ,

ଅତି ଆଦରେ ମାଁ ସ୍ବାଗତ କରିଛୁ

ଭିନ୍ନ ଯାକ ଯକମରେ ।


ତୋ ପୂଜାରେ ମାଗୋ କେତେ ଯେ 

ପାପୀର ପାପ ଯେ ହେଈଛି ଅନ୍ତ ,

ଆବାହ କରୁଛି ତୋଚରଣେ ମାଗୋ 

କିମ୍ବଦନ୍ତୀ ଦିଏ ମତ ।


ପାପୀର ପାପକୁ ବିନାଶ କରିବୁ 

ନାରୀ ତୁ ନାରାୟଣୀ‌ ,

ଦୂର୍ଗା ,କାଳୀ , ପାର୍ବତୀ , ଲକ୍ଷ୍ମୀ ଯେ 

ଜଗତରେ ତୁ ମହାରାଣୀ ।


ତୋ ନାମ ଶୁଣିଲେ କେତେ ପାପୀ ଙ୍କର

ଦେହଯେ ଶୀତେଈ ଊଠେ ,

ବ୍ରହ୍ମାଣ୍ଡେ ତୋହର ନାମେ ଦୂର୍ଗା ତୁହିଁ 

ରାଗେ‌ଅନ୍ତ କାଳେ ତୁଟେ ।


ଏ ପାର୍ବଣ ପୂଜାକୁ ଶରଧାରେ ଆଜି 

କଲି ମାଗୋ ତତେ ନିମନ୍ତ୍ରଣ ,

ବିଶ୍ବରେ ତୋହର ବିରାଜୀ ସ୍ଥାପନ ପାଈଁ

କରିଛୁ ତତେ ଆମନ୍ତ୍ରଣ ।


ଅନ୍ୟକେହି କେବେ ନାରୀ ଶକ୍ତି କୁଯେ

ଖଳନା କରିବେ ନାହିଁ ,

ଅନ୍ତେ କାଳେ ସେହି ପାପୀ ବିନାସିବ

ବଳତ୍କାରୀ ରହିବେ କାହିଁ ।

.

କବି -ଶଙ୍କର ବିଶ୍ବାଳ

Post a Comment

Post a Comment (0)

Previous Post Next Post
Free Shubhdristi App Download Now