କିଛି ତ ହୁଅ - ପ୍ରତ୍ୟୁଷ ଦେବାଶିଷ
କିଛି ତ ହୁଅ,
ତୁମେ କିଛି ତ ହୁଅ,
ମାଟିର ଝଙ୍କାର, ମଣିଷ ହୁଙ୍କାର
ଲେଲିହାନ ତୁମେ ଆହୁରି ହୁଅ,
ଦୁର୍ଗମ ଗଡ଼ ଭାଙ୍ଗିବାକୁ ତୁମେ
ସୁବାଷ ହୁଅ କି ଗାନ୍ଧୀ ହୁଅ,
ହେଲେ, କିଛି ତ ହୁଅ।
ଭିଜାଇ ପାରିନି ପ୍ରେମର ସଙ୍ଗିନୀ
ପ୍ରଣୟ ଚିଠିକୁ ଏଠି ଜାଳିଦିଅ,
ପିଞ୍ଜରା ଦେହେ ଧରି ଆଶାର ମଶାଲ
ସୁପ୍ତ ଏ ଜାତିର ସୂରୁଜ ହୁଅ,
ସୁବାଷ ହୁଅ କି ଗାନ୍ଧୀ ହୁଅ,
ହେଲେ, କିଛି ତ ହୁଅ ।
ଅନାହାର କାହିଁ ଯୁବକ-ଚେତନା
ମାଆ ପାଇଁ ଥରେ ଏକାଠି ହୁଅ,
ଉତ୍କଳ ମାଟିର କଳିଙ୍ଗ ବୀର
ଜାତିପ୍ରେମ ବହ୍ନି ପୁଣି ଜାଳିଦିଅ,
ସୁବାଷ ହୁଅ କି ଗାନ୍ଧୀ ହୁଅ,
ହେଲେ, କିଛି ତ ହୁଅ ।
ଦଶପଲ୍ଲା, ନୟାଗଡ଼
Post a Comment