ସବୁ କିଛି ଚାହୁଁ ଚାହୁଁ ବଦଳି ଗଲା - ଉତ୍କଳିକା ରାଉତ
ଯେବେ ସ୍ବପ୍ନ ସବୁ କୁ ସାଉଁଟି ବାକୁ ବାହାରିଲି
ସେବେ ନିଜକୁ ଅତୀତର ଭିଡ଼ରେ ଏକୁଟିଆ ହିଁ ପାଇଲି।।
ଖୁସି ସବୁ କୁ ବନ୍ଦୀ ହେବାର ଦେଖିଲି
ଲୁହ ସବୁ ଆଖିରୁ ନିଗାଡି
ଓଠ ତଳେ ଚାପିଲି।।
ମୁଁ ଆଉ "ମୁଁ" ହୋଇ ନ ଥିଲି
ବୋଧେ ଥୋଇ ଦେଇ ଆସିଥିଲି "ମୁଁ" କୁ ଗାଁ ଶେଷ ମୁଣ୍ଡ ଆମ୍ବ ତୋଟା ଛାଇରେ
ଠିକ୍ ସୂର୍ଯ୍ୟାସ୍ତ ପରେ ପରେ
ସମୟର ଉନ୍ମାଦନା ଲାଗିପଡ଼ିଥିଲା ଯେବେ ଆଖି କୁ ମଳିବାରେ।।
ପକ୍ଷୀ ମାନଙ୍କ ସହ ଲେଉଟାଣି ଦେଉ ଥିଲା
ଶୈଶବ ର ପାଦ ଚିହ୍ନ
ଦୂର ଆକାଶରେ ଅନେଇ ବସିଥିଲା
ଭରାକ୍ରାନ୍ତ ଯୌବନର ଝଲସୁ ଥିବା ଲାଜେଇ ଜହ୍ନ।।
ଯେବେ ହେଲା ଜୀବନର ସାୟାହ୍ନ ରେ ଉପନୀତ ମନ
ସବୁ କିଛି ମନେ ହେଲା
ସତେ ଯେମିତି ସରି ସରି ଆସୁଛି
ପାହାନ୍ତି ରାତିର ସ୍ବପ୍ନ ।।
କଦମ ସାହି ,ନୀଳଗିରି , ବାଲେଶ୍ଵର
Post a Comment