କେଉଁଠି ତୁମେ - ପବିତ୍ର ବେହେରା
ହେ ମୋ ଅଳସୀ ନିଦ ର ଲାବଣ୍ୟବତୀ
ହେ ମୋ ଚଞ୍ଚଳ ପ୍ରେମ ର ମୋଉନାବତୀ ।
କେଉଁଠି ତୁମେ
କୁଲାଡ ଗଡ ଦୁର୍ଗରେ ଭାଙ୍ଗି ପଡିଥିବା ପାହାଚରେ ଅଛ ନା'
ଆକଶ ବକ୍ଷ ର ନୀଳ ସାଗର ରେ ଲୁଚି ଅଛ ।
କେଉଁଠି ତୁମେ
ନୟାଗଡ ରାଜକୁମାରୀ,କୋଟିବ୍ରହ୍ମାଣ୍ତ ସୁନ୍ଦରୀ,
ଅନନ୍ଦରେଖା, କଳାବତୀ,ରସରେଖା,ଈସ୍ପିତା,ଐଶ୍ଵର୍ଯ୍ୟ।
କେଉଁଠି ତୁମେ
ହେ ଲାବଣ୍ୟବତୀ ମୁଁ ତୋ ଯୋଗୀଟିଏ,କବିଟିଏ
ନିଳଜହ୍ନ ରାତିରେ ମିଞ୍ଜି ମିଞ୍ଜି ଜଳୁଥିବା ସଞ୍ଜଟିଏ।
କେଉଁଠି ତୁମେ
ଖୋଜିଲି ଚନ୍ଦ୍ରଭାଗା ର ସମୁଦ୍ର ତଟରେ
ଖୋଜିଲି ଘଞ୍ଚ ଅରଣ୍ୟ ର ଅଶୋକ ବଣରେ।
ଅଛି ତୁମ ପଦ ଚିହ୍ନ ଅର୍କ କ୍ଷେତ୍ରର ନୃତ୍ୟ ମଣ୍ଡପରେ
କିନ୍ତୁ ପାହିଲି ନାହିଁ ତୁମକୁ ।
ହେ ମୋର ଲାବଣ୍ୟବତୀ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ
କେଉଁଠି ତୁମେ
Post a Comment