କେଡେ ସୁନ୍ଦର ମୋ ଓଡ଼ିଆ ଭାଷା


 
 କେଡେ ସୁନ୍ଦର ମୋ ଓଡ଼ିଆ ଭାଷା
 ✍️ ସନ୍ଧ୍ୟାରାଣୀ ଦାଶ

କେଡେ ସୁନ୍ଦର ମୋ ଓଡ଼ିଆ ଭାଷା
ଆମ ପରିଚୟ ଆମ ଭରଷା।

ସବୁଠୁ ସୁନ୍ଦର ମୋ ମାତୃଭାଷା
ପରିଚୟ ସାଙ୍ଗେ ଦିଏ ସେ ଆଶା।

କୋଇଲିର କଣ୍ଠ ଠାରୁ ସୁନ୍ଦର
ଅମୃତ ଝରଇ ସେଇ କଥାର।

କହିବା ଶୈଳୀ ଭାଷାରୁ ଜଣା
ପରକୁ କରଇ ସିଏ ଆପଣା। 

ଶାସ୍ତ୍ରୀୟ ମାନ୍ୟତା ଭାଷା ପାଇଛି
ଓଡ଼ିଆ ସ୍ୱତନ୍ତ୍ର କାନେ କହିଛି।

ଆମ ଭାଷା ଅଟେ ଆମ ଗୌରବ
ସମ୍ମାନ ସହ ଟେକ ରଖିବ।

ଜନ୍ମ ମୃତ୍ୟୁ ର ଭାଷା ମୋହର
ଏଇ ମାଟି ପରା ଭାଷା ଭଣ୍ଡାର। 

ମାତୃ ଭାଷା ଦିନ ଆମେ ପାଳିବା
ଓଡ଼ିଆ ଭାଷା ର ମାନ ରଖିବା।

Post a Comment

Post a Comment (0)

Previous Post Next Post
Free Shubhdristi App Download Now