ଶିବରାତ୍ରି



ଶିବରାତ୍ରି - ମୋନାଲିଶା💙
     ଆଜି ଜାଗର ଅମାବାସ୍ୟା। ପବିତ୍ର ଶିବରାତ୍ରି। ଗାଁ ଶିବମନ୍ଦିରରେ ଆଠଦିନ ଆଗରୁ ପାଳନ ପାଇଁ ପୂର୍ବପ୍ରସ୍ତୁତି ଚାଲିଥିଲା।ରାତି ନପାହୁଣୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ। ପୂଜାପାଇଁ ପୂଜକନନା ବି ଖୁବ୍ ତତ୍ପର। ଅଣ୍ଟାର ଖୋସଣିରେ ଆଉ ଜାଗା ନାହିଁ।ନୋଟ୍ ଗୁଡିକୁ ପୁଣି ଅଲଗା ରଖୁଛନ୍ତି। ଗାଁର ଯୁବକ ମାନେ ଭାଙ୍ଗପିଇ ହରହର ମହାଦେବ ଧ୍ୱନିଦେଇ ଶିବଙ୍କ ରେକର୍ଡ ଗୀତରେ ନାଚି ଶିବରାତ୍ରିକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରୁଛନ୍ତି।  ଦେବଦେବ ମହାଦେବ ମଧ୍ୟ ବହୁତ ଖୁସି ଜଣା ପଡୁଛନ୍ତି। ଶହ ଶହ ଲିଟର ଦୁଧ, ଘୃତ ଆଉ କଦଳୀ, ମିଶ୍ରିଏହିପରି କେତେ କଣ ଲାଗୁ କରାଯାଉଛି। ଗର୍ଭମନ୍ଦିର ର ନାଳ ଦେଇ ବହି ଯାଉଛି କ୍ଷୀରର ଅମୃତଧାରା। ମୁଁ ପୂଜାସାରି ଫେରୁଥାଏ ଭାରି ଖୁସିମନରେ। ଯାହା ହେଉ ସଂପୂର୍ଣ୍ଣ ଏକଲିଟର କ୍ଷୀରରେ ମହାଦେବଙ୍କ ଅଭିଷେକ କରାଇଲି ବୋଲି ପରମ ଆତ୍ମତୃପ୍ତି ମିଳୁଥାଏ ମତେ। ହଠାତ୍ ଦେଖିଲି ଦୀନମାଝୀର ଘରପାଖେ ପ୍ରବଳ ଭିଡ। ଭିଡକୁ ଆଡେଇ ଆଗକୁ ଗଲି। ଦୀନମାଝି ଆଉ ତା ସ୍ତ୍ରୀ ଲକ୍ଷ୍ମୀ ଭୂମିରେ ଲୋଟିଲୋଟି କାନ୍ଦୁଥାନ୍ତି। ଘଟଣା କଣ ପଚାରି ବୁଝିବାରୁ ଲୋକେ କହିଲେ ଅତ୍ୟନ୍ତ କ୍ଷୀଣ ଶରୀର କାରଣରୁ ଲକ୍ଷ୍ମୀର ଥନ ଶୁଖିଲା ଥିବାରୁ ଦୀନମାଝିର ଆଠମାସର ଶିଶୁପୁତ୍ର ଅନାହାରରେ ମରିଗଲା........।

©ମୋନାଲିଶା💙

Post a Comment

Post a Comment (0)

Previous Post Next Post
Free Shubhdristi App Download Now