ପରୀକ୍ଷାଋତୁ


     
   ପରୀକ୍ଷାଋତୁ - ମୋନାଲିଶା💙
   
 "ପରୀକ୍ଷା" ଶଦ୍ଦକୁ ପାଠ ପଢୁଆ ପିଲାମାନଙ୍କର ପରମାଣୁ ବୋମା ସଦୃଶ ଡର।ପରୀକ୍ଷା କଥା ଶୁଣିଦେଲା ମାନେ ମନ ଭିତରେ ଅଜସ୍ରଭୟର ବିସ୍ଫୋରଣ ହୋଇଯାଏ।
ଦିନଥିଲା ଯେବେ ପିଲାଟା ଖାଲି ଟାଣିଟୁଣି ହୋଇ ପାସ୍ କରିଗଲେ ବାପା ,ମା ଖୁସିରେ ମିଠା ବାଣ୍ଟୁଥିଲେ। ଆଉ ଏବେ  ୯୯.୯୯ ପ୍ରତିଶତ ରଖିଲେ ବି ମା, ବାପା ଙ୍କର ମନ ଦୁଃଖ ଯେ କାହିଁକି ୦.୦୧ ପ୍ରତିଶତ କମିଗଲା। ଆଗରୁ ଜ୍ଞାନ ଏବଂ ଚରିତ୍ର ନିର୍ମାଣ ଉପରେ ପିତାମାତା ମାନେ ଗୁରୁତ୍ୱ ଦେଉଥିଲେ।ମାର୍କ କେବଳ ଗୋଟିଏ ଅଲୋଡା ସଂଖ୍ୟା ଥିଲା।ହୁଏତ ସେଥିପାଇଁ ପିଲାମାନେ ଚାପମୁକ୍ତ ରହୁଥିଲେ, ଯାହାଫଳରେ ତାଙ୍କର ସର୍ବାଙ୍ଗୀନ ବିକାଶ ସମ୍ଭବ ହେଉଥିଲା।କିନ୍ତୁ ଏବେ ଜ୍ଞାନର ଗୁରୁତ୍ୱ ନାହିଁ। କେବଳ ପ୍ରମାଣପତ୍ରରେ ମୋଟା ଅଙ୍କର ମାର୍କ ଦରକାର। ପିଲାର ଇଛାକୁ ମାରି ତା ଉପରେ ପୁସ୍ତକକୀଟ ହେବାକୁ ଏତେ ଚାପ ପକାଯାଉଛି ଯେ ବିଚରା ପିଲାଟା ମାନସିକଚାପଗ୍ରସ୍ତ ହୋଇ ନିଜର ମାନସିକ ସନ୍ତୁଳନ ହରେଇ ବସୁଛି।ସେ ଏତେ ବିଷାଦଗ୍ରସ୍ତ ହେଇଯାଏ ଯେ ଆତ୍ମହତ୍ୟା ପରି ପନ୍ଥାକୁ ଆପଣେଇବାକୁ ମଧ୍ୟ ପଛାଏ ନାହିଁ।
ଶିକ୍ଷାର ଲକ୍ଷ୍ୟ ପିଲାକୁ ଗୋଟିଏ ଉତ୍ତମ ଜୀବନ ପ୍ରଦାନ କରିବା। ତାର ଜୀବନକୁ ତାଠୁ ଛଡେଇ ନେବା ନୁହେଁ। ତାର ଚପଳାମୀ, ଶିଶୁ ସୁଲଭ ଗୁଣ, ତାର ଚରିତ୍ର ଗଠନ ଏସବୁର ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ।ପ୍ରତ୍ୟେକ ପିଲା ନିଜସ୍ୱଭାବେ  ସ୍ୱତନ୍ତ୍ର।
ଆଜିଠୁ ମେଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବାରୁ ମୋର ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଛା ଓ ଶୁଭକାମନା ଏବଂ ସମସ୍ତ ପିତାମାତାଙ୍କୁ ମୋର ଅନୁରୋଧ ଯେ ସେମାନେ ଅଧୈର୍ଯ୍ୟ ନ ହୋଇ ନିଜର ପିଲା ଉପରେ ଭରସା କରନ୍ତୁ।ମାନସିକ ଭାବେ ତାଙ୍କୁ ଚାପମୁକ୍ତ ରଖନ୍ତୁ। ମନେ ରଖନ୍ତୁ ମାର୍କ କେବଳ ଗୋଟିଏ ସଂଖ୍ୟା।ତାହା ଆପଣଙ୍କ ପିଲାର କୃତିକୁ ସଂପୂର୍ଣ୍ଣରୂପେ ମୂଲ୍ୟାୟନ କରି ପାରେନି।

©ମୋନାଲିଶା💙

Post a Comment

Post a Comment (0)

Previous Post Next Post
Free Shubhdristi App Download Now