ଶୀତ


ଶୀତ - ମୋନାଲିଶା💙
ଶୀତ - ମୋନାଲିଶା
ଭିଜାଭିଜା ସକାଳ,
ଗତ ରାତିର କାକର ଟୋପାର ଆର୍ଦ୍ରତାକୁ ବଢେଇ ଦେଇଛି ଆଜିର ଟୋପାଟୋପା ବର୍ଷା।
ଲାଗୁଛି ଶୀତ ଟିକେ ବେଶୀ ଫୁଲେଇ ହେଉଛି।
କୋହଲା ପବନ ର ମିଠା ଦୁଷ୍ଟାମୀ ନହକେଇ ଦେଉଛି ଭରା  ଗେଣ୍ଡୁଫୁଲର ବଗିଚାକୁ।
ଭଅଁରଟା ଗୀତ ଗାଇଗାଇ ଖୋଜି ଚାଲିଛି ତାର ହଜିଲା ମନକୁ। ରେଶମୀ କମ୍ବଳ ସହ ମୁଁ ବି ମାତିଛି ସ୍ମୃତିର ଉଷୁମ ତାତିରେ,
ଏସବୁ ସାଙ୍ଗକୁ ଭାସି ଆସିଲା ମା' ହାତ ତିଆରି
ଚା' କପ୍ ର ମନଭୁଲା ସୁଗନ୍ଧ.... ଓଃ!
ଲାଗୁଛି ଶୀତ ସହ ପ୍ରେମ ହେଇଗଲା।❤️

©ମୋନାଲିଶା💙

Post a Comment

Post a Comment (0)

Previous Post Next Post