ଚୋରଙ୍କ ଦୁଃଖ



ଚୋରଙ୍କଦୁଃଖ - ମୋନାଲିଶା💙

ଦୁଇଟି ଚୋର କଥା ହେଉଥିଲେ।

ପ୍ରଥମ ଚୋର- ଜାଣିଛୁ ଭାଇ ଆମ ଧନ୍ଦା ବୁଡିବାକୁ ବସିଲାଣି।

ଦ୍ବିତୀୟ ଚୋର- ହଁରେ ସାଙ୍ଗ, ତୁ ଠିକ୍ କହିଛୁ। ଆମ ପୋଲିସ୍ ବହୁତ ସତର୍କ ହୋଇଗଲାଣି। ସବୁବେଳେ ସଜାଗ। ଏଥର ଭେଳା ବୁଡିଲା।

ପ୍ରଥମ ଚୋର- ଧେତ୍! ଆରେ ପୋଲିସ୍ ତ ଚୋରି କରିସାରିବା ପରେ ଆସୁଥିଲା। ଆଉ ଯେତେବେଳେ ଧରା ପଡିଲେ କିଛି ଖାଇ, ନହେଲେ କିଛି ଦେଇ ଖସି ଯାଉଥିଲେ। କିନ୍ତୁ.....

ଦ୍ବିତୀୟ ଚୋର- କିନ୍ତୁ? କିନ୍ତୁ କଣ ସାଙ୍ଗ?

ପ୍ରଥମ ଚୋର- କାଲି ମୁଁ ସେ ଗାଁର ମହାନ୍ତି ବାବୁଙ୍କ ଘରକୁ ଚୋରି କରିବାକୁ ଯାଇଥିଲି। ଶୀତ ଦିନ, ଭାବିଲି ସବୁ ଶୀଘ୍ର ଶୋଇ ପଡିଥିବେ। ସେଥିପାଇଁ ରାତି ବାରଟା ବେଳକୁ ପାଇପ୍ ଚଢି ତାଙ୍କ ଘରେ ପଶିଲି।

ଦ୍ବିତୀୟ ଚୋର- ତୋର ତ ପୁଷମାସ ଆଉ। ଭଲ ରକମ ମାଲ୍ ପାଇଥିବୁ।

ପ୍ରଥମ ଚୋର-  ହଁ ଭଲ ରକମ ମିଳିଲା।ମହାନ୍ତି ବାବୁଙ୍କ ଘରର ସବୁ ଲାଇଟ୍ ବନ୍ଦଥିଲା। ଭାବିଲି ଭଲ ହେଲା। ତାପରେ ଭିତରକୁ ଗଲି। କିନ୍ତୁ ସବୁ ରୁମରେ ସମସ୍ତଙ୍କ ହାତରେ ସେ ନିଆଁଲଗାଟା ଜୁଳୁଜୁଳୁ ହେଉଥିଲା। ଭାବିଲି ଅପେକ୍ଷା କରେ ସବୁ ଶୋଇଗଲେ ଚୋରି କରିବି।ଅନେଇ ଅନେଇ କେତେବେଳେ ସକାଳ ହେଇଗଲା ମୁଁ ଜାଣି ପାରିଲିନି।ବହେ ଖୋବା ଖାଇଲି।

ଦ୍ବିତୀୟଚୋର-ତୁ ପୁରା ବୋକାଟା ଆଉ। ମୁଁ ବି କାଲି ସେ ସାହୁବାବୁଙ୍କ ଘରକୁ ଚୋରି କରିବାକୁ ଯାଇଥିଲି। ତାଙ୍କର ବି ସେଇ ଅବସ୍ଥା। ପ୍ରଥମେ ତ ବହୁତ ଡରି ଯାଇଥିଲି। ପରେ ସାହସ ଜୁଟାଇ ଭିତରକୁ ଗଲି। ଆଶ୍ଚର୍ଯ୍ୟ ମତେ କେହି ଟିକେ ସେ ଜୁଳୁଜୁଳୁ ଉପରୁ ମୁଣ୍ଡ ଉଠେଇ ଚାହିଁଲେ ବି ନାହିଁ। ଚୋରି କଲି ଯେ ହେଲେ ବହୁତ ବୋର୍ ଲାଗିଲା। ମନମାରି ପଳେଇ ଆସିଲି।

©ମୋନାଲିଶା💙

Post a Comment

Post a Comment (0)

Previous Post Next Post
Free Shubhdristi App Download Now