ବାସ୍ତବ ଚିତ୍ରପଟ୍ଟ



ବାସ୍ତବ ଚିତ୍ରପଟ୍ଟ - ମୋନାଲିଶା💙

"ଅତ୍ୟନ୍ତ ଜୀର୍ଣ୍ଣଶୀର୍ଣ୍ଣ ଚେହେରା। କୋଟରାଗତ ଆଖି, ଯେମିତି ଦୁଇଚାରି କିଲେ ଚାଉଳ ଧରିଯିବ। ହାଡ ଉପରେ ସତେକି ଖାଲି ଚମ ଘୋଡେଇ ହୋଇ ରହିଛି। ପେଟଟା ଯାଇ ପିଠିରେ ବାଜୁଛି।ଦେଖିଲେ ଲାଗୁଛି ମାସେ ଖଣ୍ଡେ ହେବ ଖାଇ ନାହିଁ ଯେମିତି। ବିକଳ ଚାହାଣି କାଇଁ କେତେ କାହାଣୀ କହି ଯାଉଛି।ସହରର ସବୁଠୁ ଜନଗହଳିପୂର୍ଣ୍ଣ ରାସ୍ତାରେ ଆଖି ଆଗରେ ରାସ୍ତା କଡରେ ପଡିଥିଲେ ମଧ୍ୟ ସବୁରି ଆଖି ଆଢୁଆଳ ହେଇ ଯାଇଛି ସେ। ପାଖରେ କେଇଟା ବୁଲାକୁକୁର ସହାନୁଭୂତି ଜଣେଇବାକୁ ଯାଇ ଲାଞ୍ଜ ହଲେଇ ଠିଆ ହେଇଛନ୍ତି। କେଉଁ ଅଜଣା ଜାଗାର ଗଭୀର ଯନ୍ତ୍ରଣାରେ ବେଳେବେଳେ ଚିତ୍କାର କରି ଉଠୁଛି ତ କେତେବେଳେ ଚିତ୍କାର କରିବାକୁ ଶକ୍ତି ଜୁଟାଇ ନପାରି ନିସ୍ତେଜ ହୋଇ ଯାଉଛି। "

"ବହୁତ ଜନଗହଳି।ବୋଧେ କିଛି ସଭା ହେଉଛି। ଅନେକ ଲୋକ ଠୁଳ ହୋଇଛନ୍ତି।ପଚାରି ବୁଝିବାରୁ ଜଣାପଡିଲା ଯେ, ଜଣେ ପ୍ରସିଦ୍ଧ ଚିତ୍ରକରଙ୍କ ଚିତ୍ରର ନିଲାମି ଚାଲିଛି। ଲୋକ ମଧ୍ୟ ବହୁତ ବଡ ବଡ ବୋଲି ଲଗାଉଛନ୍ତି।ସମସ୍ତଙ୍କ ମୁହଁରେ ଗୋଟିଏ କଥାଯେ, ଚିତ୍ରଟି ଭାରି ଜୀବନ୍ତ ଆଉ ମର୍ମସ୍ପର୍ଶୀ ହୋଇଛି। ଏମିତି ନିଖୁଣ ଭାବେ କେହି କଣ ବାସ୍ତବତାକୁ ଚିତ୍ରିତ କରିପାରେ। ହଠାତ୍ ଘୋଷଣା ହେଲା ସେ ଚିତ୍ରଟିକୁ ଏକ ଲକ୍ଷ ଟଙ୍କାରେ ବିକ୍ରୟ କରାଗଲା। କ୍ରେତା ଜଣକ ଥିଲେ ଜଣେ ନାମୀ ଶିଳ୍ପପତି।ଏତେ ଟଙ୍କାରେ ବିକ୍ରି ହେବାକଥା ଶୁଣି କାହିଁକି କେଜାଣି ଭାରି ଇଛା ହେଲା ସେ ଚିତ୍ରଶିଳ୍ପୀଙ୍କ ସୃଷ୍ଟିଟିକୁ ଦେଖିବାକୁ। ଭିଡ ଆଡେଇ ଆଗେଇ ଗଲାରୁ ଝାପ୍ସା ଦୃଶ୍ୟମାନ ହେଲା ଚିତ୍ରପଟ୍ଟଟି।ଚମକି ପଡିଲି ମୁଁ। ଆଖି ମୋର ସ୍ବତଃ ଫେରିଗଲା ରାସ୍ତାର ଅପର ପାର୍ଶ୍ୱକୁ।ଯେଉଁଠି ଶୋଇ ରହିଥିଲା ବାସ୍ତବତା।"

©ମୋନାଲିଶା💙

Post a Comment

Post a Comment (0)

Previous Post Next Post
Free Shubhdristi App Download Now