ପିତୃଋଣ ପରିଶୋଧ



ପିତୃଋଣ ପରିଶୋଧ - ମୋନାଲିଶା💙
ବୃନ୍ଦାବନ ଜେଜେଙ୍କର ଆଜି ଏକାଦଶାହ। ଏହି ଉପଲକ୍ଷେ ଏକ ଭବ୍ୟଭୋଜିର ଆୟୋଜନ କରିଛନ୍ତି ତାଙ୍କ ପୁଅବୋହୂ ସଂକଳ୍ପ ବାବୁ ଆଉ ସୁରଭି।ଦୁହେଁ ଏକ ନାମିଦାମୀ କମ୍ପାନୀରେ ଉଚ୍ଚ ପଦବୀରେ କାର୍ଯ୍ୟରତ।ରାଜଧାନୀ ଦିଲ୍ଲୀର ବକ୍ଷରେ ତାଙ୍କର ଏକ ବିଳାସମୟ ସୁଦୃଶ୍ୟ ଅଟ୍ଟାଳିକା।ଅନେକ ପ୍ରସିଦ୍ଧ ସହରରେ ଘର ଓ ବ୍ୟବସାୟ।ଜଣେ ସଂମ୍ଭ୍ରାନ୍ତ ବ୍ୟକ୍ତି ଭାବେ ସମାଜରେ ପ୍ରଚୁର ସୁନାମ ଅର୍ଜନ କରିଛନ୍ତି ସଂକଳ୍ପ ବାବୁ। ଗାଁରେ ମଧ୍ୟ ବିଶାଳ କୋଠା।ପ୍ରାୟ ୧୫୦୦ ଲୋକଙ୍କ ପାଇଁ ଆୟୋଜନ।ଅନେକ ପ୍ରକାରର ଖାଦ୍ୟଦରବ ପରଷା ଯାଉଛି।ବନ୍ଧୁବାନ୍ଧବଙ୍କ ପାଇଁ ନୂଆ ଦାମୀ ଲୁଗା।ସଂପର୍କୀୟ ମାନଙ୍କୁ ଦାମୀ ଓ ସୁନ୍ଦର କାର୍ଡ ଦେଇ ନିମନ୍ତ୍ରଣ କରାଯାଇଛି।ଆଖିଝଲସା ସାଜସଜ୍ଜା।ସ୍ମୃତିସଭାର ଆୟୋଜନ ସହିତ ସ୍ମରଣିକା ମଧ୍ୟ ପ୍ରକାଶ କରାଯାଇଛି। ବୃନ୍ଦାବନ ଜେଜେଙ୍କର ଗୋଟେ ବଡ ଆଉ ସୁନ୍ଦର ଫଟୋ ଲଗା ଯାଇଛି। ଫଟୋଟି ଅନେକ ଫୁଲରେ ସଜା ହୋଇଛି।ସମସ୍ତେ ଆସି ବୃନ୍ଦାବନ ଜେଜେଙ୍କୁ ଫୁଲ ଚଢଉଛନ୍ତି ଆଉ ସଂକଳ୍ପ ବାବୁଙ୍କୁ ଭୁରିଭୁରି ପ୍ରଂଶସା କରୁଛନ୍ତି।
"ଏମିତି ପୁଅବୋହୁ ଭାଗ୍ୟରେ ଥିଲେ ମିଳନ୍ତି। ବୃନ୍ଦାବନ ଜେଜେ ନିଶ୍ଚିତ ଭାଗ୍ୟବାନ ନହେଲେ ଆଜିକାଲିକା ପୁଅବୋହୁ କଣ ଏତେକିଛି କରିବେ। ବୃଦ୍ଧାଶ୍ରମରେ ନେଇ ଛାଡି ଦେଇ କର୍ତ୍ତବ୍ୟ ସରିଗଲା ବୋଲି ଭାବିବେ।ଯାହାହେଉ ବୁଢା ବହୁତ କଷ୍ଟ କରି ଓଳିଏ ଖାଇ ଛିଣ୍ଡା ଗାମୁଛା ଖଣ୍ଡେ ପିନ୍ଧି ପୁଅକୁ ପାଠ ପଢେଇ ବଡ ମଣିଷ କରିଥିଲା।ଆଜି ତା କଷ୍ଟ ସାକାର ହେଇଛି।ସଂପୂର୍ଣ୍ଣ ରୂପେ ନହେଲେ ବି କିଛି ପରିମାଣରେ ପିତୃଋଣ ପରିଶୋଧ ହେଇଛି।"
ମୁଁ ସେଠି ଛିଡା ହୋଇ ଏସବୁ କଥା ଶୁଣୁଥିଲି।ମତେ କିନ୍ତୁ ଆଜି ବି ସ୍ପଷ୍ଟ ଶୁଭୁଥିଲା ବୃନ୍ଦାବନ ଜେଜେଙ୍କ ସେଇ ଅନାହାରରେ ବିକଳ କ୍ରନ୍ଦନର ଚିତ୍କାର। ଶରୀର ଚଳୁ ନଥିବାରୁ ,ବାର୍ଦ୍ଧକ୍ୟର ବୋଝକୁ ଉଠାଇବାରେ ଅସମର୍ଥ ହୋଇ ସେଇ ମଳମୂତ୍ରରେ ଘାଣ୍ଟିହେଇଥିବା ଦୁର୍ଗନ୍ଧମୟ ଶରୀର ଟା ମୋ ଆଖି ଆଗରେ ନାଚି ଯାଉଥିଲା। ଗାଁ ଲୋକଙ୍କର ବେଳେବେଳେ ମୁଠାଏ ସହାନୁଭୂତି ଆଉ ଗଣ୍ଡେ ଅନ୍ନ ହିଁ ବୃନ୍ଦାବନ ଜେଜେଙ୍କ ଭରସା ଥିଲା।ସେଇ ବିଶାଳକାୟ ଘରଟିରେ ମୁର୍ମୂଷ ଅବସ୍ଥାରେ ପଡିରହି ମୃତ୍ୟୁକୁ ଚାତକ ପରି ଅପେକ୍ଷା କରିଥିବା ବୃନ୍ଦାବନ ଜେଜେଙ୍କୁ ବୃଦ୍ଧାଶ୍ରମରେ ରଖିବାକୁ ମଧ୍ୟ ସଂକଳ୍ପ ବାବୁ ରାଜି ହୋଇନଥିଲେ ମୋଟା ଅଙ୍କର ଡୋନେସନ୍ ଦବାକୁ ପଡିବ ବୋଲି। ତା ଛଡା ତାଙ୍କ ବାପା ଯଦି ବୃଦ୍ଧାଶ୍ରମରେ ରହିଥାନ୍ତେ ତାହେଲେ ସମାଜରେ ତାଙ୍କ ପ୍ରତିପତ୍ତିରେ ଆଞ୍ଚ ଆସିଥାନ୍ତା। ସବୁବେଳେ ଆଖିରେ ଆଖିଏ ପ୍ରତୀକ୍ଷା ନେଇ ଚାହିଁ ରହୁଥିଲେ ବୃନ୍ଦାବନ ଜେଜେ ସଂକଳ୍ପବାବୁଙ୍କ ଆସିବା ବାଟକୁ। ଗାଁ ଲୋକେ ମଧ୍ୟ କେତେ ଫୋନ୍ କରିଥିଲେ। କିନ୍ତୁ କାମର ଆଳ ଦେଖାଇ ଆସିନଥିଲେ ସେ। ଆଜି ବି ଦିଶି ଯାଉଛି ସେ ଦିନର ଦୃଶ୍ୟ ଯେଉଁଦିନ 
©ମୋନାଲିଶା💙

Post a Comment

Post a Comment (0)

Previous Post Next Post
Free Shubhdristi App Download Now