ପେନସନ (ଅଣୁଗଳ୍ପ)

ପେନସନ
ରମେଶ ଦାସ ପରିବାର କହିଲେ ପତ୍ନୀ, ଗୋଟିଏ ପୁଅ ଆଉ ଗୋଟିଏ ଝିଅ। ରମେଶ ବାବୁ ପେନସନ କାର୍ଯ୍ୟାଳୟ ରେ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଚାକିରୀ କରିଛନ୍ତି। ଚାକିରୀ ସମୟରେ ସରକାରୀ ଦରମା ଖୁବ କମ ଥିଲେ ବି ତାହା ତାଙ୍କ ଜୀବନ ଉପରେ କିଛି ପ୍ରଭାବ ପକାଇନଥିଲା। ଗୁଜୁରାଣ ମେଣ୍ଟାଇବା ପାଇଁ ସରକାରୀ ଦରମା ର ଆବଶ୍ୟକତା ପଡୁନଥିଲା ଉପୁରି ପଇସା ରେ ଚଳୁଥିଲା। ଉପୁରି ପାଇଁ ଲୋକଙ୍କୁ ଅନେକ ଥର ଦଉଡାଇଛନ୍ତି। ଚାକିରୀ ଥିବାବେଳେ ପୁଅ ଝିଅ ଙ୍କୁ ପାଠପଢା ଓ ବାହାଘର ରେ ଅନେକ ଖର୍ଚ୍ଚ କଲେ। ଝିଅ ତା ପରଘରି ପରଘରକୁ ଚାଲିଗଲା ଆଉ ପୁଅ ତା ସ୍ତ୍ରୀ କୁ ନେଇ ବାହାରେ ରହୁଛି। 
ବୁଢ଼ା ବୁଢ଼ୀ ଦୁଇପ୍ରାଣୀ ତାଙ୍କର ଆଉ କେହି ନାହିଁ। ଅବସର ଗ୍ରହଣ କରିଥିଲେ ମଧ୍ୟ ବାବୁଙ୍କର ପେନସନ ଫାଇଲ ତା ଭିତରେ ଅଟକିଯାଇଛି। 
ଆଜି ରମେଶ ବାବୁ ଭାବୁଛନ୍ତି ଦୁନିଆରେ ସବୁକିଛି ଅନୁକରଣ ଚାଲିଛି ଯଦି ମୁଁ ଲୋକଙ୍କୁ ଏମିତି ଦୌଡାଈ ନଥାନ୍ତି ତେବେ ମତେ ମଧ୍ୟ ଏ ବୁଢ଼ା ବୟସରେ କଷ୍ଟ କରିବାକୁ ପଡିନଥାନ୍ତା। 
✍️ଶୁଭଦୃଷ୍ଟି



Post a Comment

Post a Comment (0)

Previous Post Next Post
Free Shubhdristi App Download Now