ଉତ୍କଳ ଗୌରବ

୨୮ ଅପ୍ରେଲ ୧୮୪୮ ରେ କଲ ଜନ୍ମଲାଭ
ନାମ ତୁମ ଥିଲା ଗୋବିନ୍ଦବଲ୍ଲଭ
ଚୌଧୁରୀ ରଘୁନାଥ ଦାସ ଓ ପାର୍ବତୀ ଦେବୀଙ୍କ ସନ୍ତାନ
ନାମ ବଦଳାଇ ରଖିଲେ ମଧୁସୂଦନ।

ପିଲାବେଳୁ ଚାଟଶାଳୀରେ ଆରମ୍ଭିଲ ଶିକ୍ଷା
୧୮୬୪ରେ କଟକ ବିଦ୍ୟାଳୟୁ ଉତ୍ତୀର୍ଣ୍ଣ କଲ ପ୍ରବେଶିକା
୧୮୭୦ରେ ତୁମେ ସାରିଥିଲ ବି ଏ
କଲିକତା ବିଶ୍ୱବିଦ୍ୟାଳୟେ କରିଥିଲ ଏମ୍ ଏ।

ବି ଏ ପାଠପଢା ବେଳେ ସଂସ୍କୃତ ପରୀକ୍ଷା
ସବୁପିଲା ନିଜ ଲିପିରେ କରୁଥିଲେ ଲେଖା
ସୁଯୋଗ ଦେଲେନି ସେଠି ଓଡ଼ିଆ ଭାଷାର
ବ୍ରିଟିଶ ହାକିମଙ୍କୁ ଅଭିଯୋଗ କଲ ଦେଇ ତାର।

ସବୁରେ ପ୍ରଥମ ତୁମେ ଓଡ଼ିଆଙ୍କ ମଧ୍ୟେ
ବାରିଷ୍ଟର,ବିଲାତ ଯାତ୍ରୀ,ମନ୍ତ୍ରୀ ଓ ସଦସ୍ୟ ବିଧାନ ପରିଷଦେ
ଅଧ୍ୟାପନା, ଓକିଲାତି, ଭାଷା ଆନ୍ଦୋଳନ
ତୁମଯୋଗୁଁ ସମ୍ଭବ ସ୍ୱତନ୍ତ୍ର ଉତ୍କଳ ଗଠନ।

ଜନ୍ମବେଳେ ହିନ୍ଦୁ ବୋଲି ଥିଲା ତୁମ ଧର୍ମ
ଖ୍ରୀଷ୍ଟ ଧର୍ମ ଗ୍ରହଣ ରୁ ପିତା କଲେ ବାସନ୍ଦ କର୍ମ
ଗାଁ ବାହାରେ କରି ଘର କଲ ଜୀବନଯାପନ
ରୋଷେୟା ତୁମର ଧର୍ମେ ମୁସଲମାନ।

ଶ୍ରୀରାମପୁର ଠାରେ କରି ଅଧ୍ୟାପନା
ବଙ୍ଗବାସୀଙ୍କୁ ଦେଲ ତୁମେ ଶିକ୍ଷା ନାନା
ଅଧ୍ୟାପନା ପରେ ଆଲିପୁରେ ଓକିଲାତି
ସଫଳତା ଲାଭ ସହ ଅର୍ଜିଲ ସୁଖ୍ୟାତି।

୧୮୮୧ରେ କଟକ ଫେରିଲ
ଓଡିଶାବାସୀଙ୍କ ପାଇଁ ଓକିଲାତି କଲ
ବ୍ରିଟିଶ ବିରୋଧେ ଶ୍ରୀମନ୍ଦିର ପରିଚାଳନା
ଖ୍ରୀଷ୍ଟଧର୍ମୀ ହୋଇ ଲଢ଼ିଲ ପାରିଶ୍ରମିକ ବିନା।

୧୯୨୧ରେ ମନ୍ତ୍ରୀ ରୂପେ ହୋଇଲ ନିଯୁକ୍ତ
ବିହାର ଓଡିଶା ମନ୍ତ୍ରୀମଣ୍ଡଳେ କଲ ଓଡିଶାକୁ ଶକ୍ତ
ବ୍ରିଟିଶ ବେତନ ତୁମେ ଗ୍ରହଣ ନ କଲ
ଅବୈତନିକ ନ ହେବାରୁ ଇସ୍ତଫା ଯେ ଦେଲ।

ଓଡ଼ିଆ ଲୋକଙ୍କୁ ଦେବା ପାଇଁ ଖୁସି
ଉତ୍କଳ ଆର୍ଟ ୱର୍କସ ମାଧ୍ୟମେ କଲ ସୁନାରୁପା ତାରକସି
ଓଡ଼ିଶା କୁ ଦେଖାଇଲ ଶିଳ୍ପାୟନ
ଚମଡା ଶିଳ୍ପ ପାଇଁ ଉତ୍କଳ ଟ୍ୟାନେରୀ ଗଠନ।

ବ୍ରିଟିଶ ରାଜ୍ୟେ ବଢାଇଲ ଓଡ଼ିଶା ଗୌରବ
ତେଣୁ ବୋଲାଇଲ ତୁମେ ଉତ୍କଳଗୌରବ
ସମାଜସଂସ୍କାର,ସାହିତ୍ୟ,ରାଜନୀତି ସବୁଥିରେ ସିଦ୍ଧହସ୍ତ
କୂଳବୃଦ୍ଧ ତୁମ ଆଗେ ✍️ଶୁଭଦୃଷ୍ଟି ମଥାନତ।

ସୌଜନ୍ୟ- ଓଡ଼ିଆ Wikipedia
ଛବି ସୌଜନ୍ୟ- ଶାଶ୍ୱତ ଦେବଦତ୍ତ

Post a Comment

Post a Comment (0)

Previous Post Next Post
Free Shubhdristi App Download Now