ସାକ୍ଷାତକାର : କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢୀ

ସାକ୍ଷାତକାର : କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢୀ

 

Sammohini, Archana Padhi, Archu padhi, lajkuri

ଅର୍ଚ୍ଚନା ପାଢୀ ଆଜିର ଯୁବପିଢ଼ି ପାଖରେ ଏକ ଲୋକପ୍ରିୟ ନାମ । ପ୍ରଥମେ "ଏ ଜନ" ମ୍ୟୁଜିକ୍ ଭିଡିଓ ରୁ ଆରମ୍ଭ କରି "ରେ ପିୟା" ପରି ସଙ୍ଗୀତରେ ସେ କଣ୍ଠଦାନ କରିଛନ୍ତି । ସମ୍ବଲପୁରୀ “ଗେଲେହୀ” ଠାରୁ ଆରମ୍ଭ କରି ଓଡ଼ିଆ "ସମ୍ମୋହିନୀ" ପରି ଅନେକ ସଙ୍ଗୀତ ମାଧ୍ୟମରେ ସେ ଶ୍ରୋତାଙ୍କ ମନରେ ନିଜର ଛାପ ଛାଡିଯାଇଛନ୍ତି।

ସେ ଗାଇଥିବା ଅନେକ ମ୍ୟୁଜିକ ଆଲବମ୍ ଦୁଇ ଦିଲ ଗୁଟେ ମନ୍, ନିଶା ରେ, ସାୱାନ ବରଷା ପାନି, ଅପ୍ସରୀ ପରି ଗୀତ ସମସ୍ତଙ୍କ ନାହିଁ ନଥିବା ପ୍ରଶଂସା ଗୋଟୋଉଚି । ଓଡ଼ିଆ ଏବଂ ସମ୍ବଲପୁରୀ ସଙ୍ଗୀତର ବିଭିନ୍ନ ବିଭାଗରେ କଣ୍ଠଦାନ କରି ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି ଅର୍ଚ୍ଚନା। 

ତେବେ ଶୁଭଦୃଷ୍ଟି ପରିବାର ତରଫରୁ ଓଡ଼ିଆ ତଥା ସମ୍ବଲପୁରୀ ସଙ୍ଗୀତ ଜଗତର ଉଦୀୟମାନ ତାରକା ଅର୍ଚ୍ଚନାଙ୍କୁ ଆମେ ପଚାରିଥିଲୁ କିଛି ପ୍ରଶ୍ନ


ପ୍ରଶ୍ନ : ଆପଣଙ୍କ ପିଲାବେଳ ଓ ପଢାପଢି ବିଷୟରେ ପାଠକମାନଙ୍କୁ କିଛି ସୂଚନା ଦିଅନ୍ତୁ ?

ଉତ୍ତର : ମୋର ସ୍କୁଲ ପାଠ ବଲାଙ୍ଗୀର ସରସ୍ବତୀ ଶିଶୁ ମନ୍ଦିରରେ ଏବଂ +୨ ବିଜ୍ଞାନ ମଧ୍ୟ ବଲାଙ୍ଗୀରରେ, ତାପରେ ଓଜେଇଇ ପାଇଁ ପ୍ରସ୍ତୁତି କରିଥିଲି। ମୋର ଏଥିରେ ଅଲ୍ ଓଡ଼ିଶା ରାଙ୍କ ଥିଲା ୬୦ ଆଉ ବଲାଙ୍ଗୀର ଆୟୁର୍ବେଦିକ୍ ମେଡିକାଲ କଲେଜରେ ରାଙ୍କ ଥିଲା ୧। ସେବେଠୁ ଆୟୁର୍ବେଦିକ୍ ରେ ଏଠି ବଲାଙ୍ଗୀର ସରକାରୀ ଆୟୁର୍ବେଦିକ୍ ମେଡିକାଲ କଲେଜରେ ପଢ଼ୁଛି। 


ପ୍ରଶ୍ନ : ଡାକ୍ତରୀ ପାଠ ରୁ କଣ୍ଠଶିଳ୍ପୀ ତଥା ମଡେଲିଙ୍ଗ ସଂପୂର୍ଣ୍ଣ ଭିନ୍ନ କଥା, ହଠାତ୍ ଏ ଦିଗକୁ କାହିଁକି ମୁହାଁଇଲେ ?

ଉତ୍ତର : ମୁଁ ଏଥିରେ ହଠାତ୍ ଯାଇନି। ଛୋଟ ବେଳେ ମୋର ଅାକ୍ଟିଂ, ଡ୍ୟାନ୍ସିଂ ଏସବୁରେ ରୁଚି ଥିଲା, ମୋ ମା ମୋତେ ଗୀତ ଶିଖାଉଥିଲେ । ମଡେଲିଂ ପ୍ରତି ଆଗ୍ରହ ନଥିଲା ଜଣେ ମୋତେ ମିସ୍ ଓଡ଼ିଶା ବିଷୟରେ କହିଥିଲେ। ସେଥିରେ ଟ୍ରାଏ କରିଥିଲି ଆଉ ଧୀରେ ଧୀରେ ସବୁ ରାଉଣ୍ଡ କ୍ଲିଅର୍ କରି ୨୦୧୯ ମିସ୍ ଓଡିଶା ଜିତିଥିଲି। 


ପ୍ରଶ୍ନ : ଆପଣଙ୍କ ପରିବାରର ଆପଣଙ୍କ ଜୀବନରେ କିପରି ପ୍ରଭାବ ଥିଲା ?

ଉତ୍ତର : ମୋ ବାବା ଓ ମାମା ପିଲାବେଳୁ ମୋର ସବୁକାମରେ ମୋତେ ସପୋର୍ଟ କରିଆସିଛନ୍ତି। ବାବା ମୋତେ ସବୁବେଳେ କୁହନ୍ତି ଯେବେ ବି ଚାନ୍ସ ମିଳୁଛି ଆଗେଇ ଯା ଆଉ ପରଫର୍ମ କର। 

Sammohini, Archana Padhi, Archu padhi, lajkuri

ପ୍ରଶ୍ନ : ଆରମ୍ଭରୁ ଏପର୍ଯ୍ୟନ୍ତ ଏ ଜନ୍ ଗୀତରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଗାଇଥିବା ବିଭିନ୍ନ ଓଡ଼ିଆ ଓ ସମ୍ବଲପୁରୀ ସଙ୍ଗୀତ ପର୍ଯ୍ୟନ୍ତ ଯାତ୍ରା କିପରି ଥିଲା ?

ଉତ୍ତର : ଗୀତ ଗାଇବା ମୁଁ ଦେଢ଼ ବର୍ଷ ବୟସରୁ ଆରମ୍ଭ କରିଛି। ମୋର କ୍ୟାରିୟର ଆରମ୍ଭ ସମ୍ବଲପୁରୀ ଗୀତରୁ ହୋଇଥିଲା। ଧୀରେ ଧୀରେ ସମ୍ବଲପୁରୀ ସହିତ ଓଡ଼ିଆ ଭାଷା ତଥା ଡିଫରେଣ୍ଟ୍ ଜନର୍ ର ଗୀତ ଗାଉଛି। 


ପ୍ରଶ୍ନ : ଓଡ଼ିଆ ଏବଂ ସମ୍ବଲପୁରୀ ସଙ୍ଗୀତ ଜଗତରେ ଆପଣଙ୍କ ସବୁଠୁ ପ୍ରିୟ କିଏ ଓ କାହାକୁ ଆପଣ ନିଜର ଆଦର୍ଶ ବୋଲି ମାନନ୍ତି ?

ଉତ୍ତର : କହିବାକୁ ଗଲେ ସମ୍ବଲପୁରୀ ଓ ଓଡ଼ିଆରେ ରେ ମୋତେ ସମସ୍ତେ ଭଲ ଲାଗନ୍ତି କିନ୍ତୁ ଓଡ଼ିଆରେ ନିର୍ଦ୍ଦିଷ୍ଟ ଭାବେ ମୋତେ ବାବୁଶାନଙ୍କ ଗୀତ ଭଲଲାଗେ। 


ପ୍ରଶ୍ନ : ଆପଣଙ୍କୁ ସବୁଠୁ ଅଧିକ ପ୍ରଶଂସା କେବେ ମିଳିଥିଲା, ଯାହାକୁ ଆପଣ ଜୀବନସାରା ମନେ ରଖିଛନ୍ତି ?

ଉତ୍ତର : ସମ୍ବଲପୁରୀ ଗୀତ ଗେଲେହୀ ରିଲିଜ୍ ହେବା ପରେ ମୋତେ ବିଭିନ୍ନ ମହଲରୁ ପ୍ରଶଂସା ମିଳିଥିଲା। ସେଇ ଗୋଟିଏ ଗୀତ ମୋତେ ଘରେ ଘରେ "ଗେଲେହୀ ରାଣୀ" ବୋଲି ପରିଚିତି ଆଣିଦେଇଥିଲା। ସେ ସମୟରେ ମିଳିଥିବା ପ୍ରଶଂସା ସବୁ ଶୁଣିଲା ପରେ ମୋତେ ଲାଗିଲା ଯେ ଏହା ମୋତେ ଆଗକୁ ନିଶ୍ଚୟ ସାହାଯ୍ୟ କରିବ, ଆଉ ତାକୁ ହିଁ ନେଇ ମୁଁ ଆଗକୁ ବଢିଛି। 


ପ୍ରଶ୍ନ : ଆପଣଙ୍କୁ ଫାଙ୍କା ସମୟରେ କଣ କରିବାକୁ ଭଲ ଲାଗେ ?

ଉତ୍ତର : ଫାଙ୍କା ସମୟରେ ମୁଁ ଆୟୁର୍ବେଦିକ୍ ର ବିଭିନ୍ନ ବହି ପଢ଼େ, ଚିତ୍ର ଆଙ୍କେ ଆଉ ବେଳେବେଳେ ଅନ୍ୟ ଭାଷାର ଗୀତ ସବୁ ଶୁଣି ତାକୁ ଗାଇବା ପାଇଁ ଟ୍ରାଏ କରେ।  

Sammohini, Archana Padhi, Archu padhi, lajkuri

ପ୍ରଶ୍ନ : ପାଠ ବହି ଛଡ଼ା ଆପଣଙ୍କୁ ପଢାପଢି କରିବାକୁ ଭଲ ଲାଗେ ? ଆପଣଙ୍କ ପ୍ରିୟ ଲେଖକ କିଏ ?

ଉତ୍ତର : ହଁ, ମୁଁ ସେମିତି କୌଣସି ବଛା ବଛା ଲେଖକଙ୍କ ଲେଖା ପଢୁନଥିଲି । କିନ୍ତୁ ଏବେ ଯେହେତୁ ମୋତେ ନଭେଲ୍ (ଉପନ୍ୟାସ) ପଢିବାକୁ ଭଲଲାଗେ, ମୁଁ ରବିନ୍ଦର୍ ସିଂହଙ୍କ ଜଣେ ବଡ଼ ପାଠକ । 


ପ୍ରଶ୍ନ : ଓଡ଼ିଆ ଭାଷା କିମ୍ବା ସଂସ୍କୃତି ପାଇଁ ଆମେ ସଙ୍ଗୀତ ମାଧ୍ୟମରେ କିଛି କାମ କରିପାରିବା କି ?

ଉତ୍ତର : ହଁ ନିଶ୍ଚିତ ଭାବରେ ବହୁତ୍ କିଛି କରିହେବ। ମୁଁ ନିଜେ ମଧ୍ୟ ରାଜ୍ୟ ତଥା ବିଭିନ୍ନ ଜିଲ୍ଲାର ସଂସ୍କୃତିକୁ ନେଇ ପ୍ରସ୍ତୁତ କିଛି ଗୀତ ଗାଇସାରିଛି। 


ପ୍ରଶ୍ନ : ବହୁତ ନୂଆ ପ୍ରତିଭା ସଙ୍ଗୀତ ଜଗତକୁ ଆସି କିଛି ନୂଆ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଆପଣ କଣ କହିବେ ?

ଉତ୍ତର : ସମସ୍ତଙ୍କ ପାଖରେ ଟ୍ୟାଲେଣ୍ଟ ଅଛି ମାନେ ଚାନ୍ସ୍ ମିଳିବା ଦରକାର। ନିଜକୁ ଭଲ ଲାଗୁଛି ଯାହା ଗାଆନ୍ତୁ କାହା ଫୋର୍ସ ରେ କେବେ କିଛି କରନ୍ତୁ ନାହିଁ। ଗୀତ ଗାଇବାବେଳେ ଧ୍ୟାନ ଦେବେ ଏପରି ଗୀତ ଗାଇବେ ଯାହାକୁ ସମାଜ ଗ୍ରହଣ କରିବ। ଯାହା ବି କରୁଛନ୍ତି ନିଜ ଉପରେ ସବୁବେଳେ ବିଶ୍ୱାସ ରଖି ନିଜର ବେଷ୍ଟ ଦିଅନ୍ତୁ। 


ଏଇ ସାକ୍ଷାତକାର ପାଇଁ ନିଜର ସମୟ ଦେଇ ଥିବାରୁ ଶୁଭଦୃଷ୍ଟି ପରିବାର ତରଫରୁ ଅର୍ଚ୍ଚନାଙ୍କୁ ବହୁତ ଧନ୍ୟବାଦ ।


2 Comments

Post a Comment

Post a Comment

Previous Post Next Post
Free Shubhdristi App Download Now