ଡାକ୍ତର ବନ୍ଧୁ

ଡାକ୍ତର ବନ୍ଧୁ - ସର୍ବେଶ୍ବର ସାହୁ



ଏ ଧରା ପୃଷ୍ଠରେ ଈଶ୍ବର ରୂପରେ

            ଡାକ୍ତର ହୁଅନ୍ତି ଉଭା;

ରୋଗ ବଇଦକୁ ଦୂରେଇ ସଂସାରୁ

          ଜଗତେ କରନ୍ତି ସେବା|୧| 


ପରିବାର ଠାରୁ ଦୂରରେ ରୁହନ୍ତି 

           ଜଗତର ସେବା ଲାଗି;

ନିଜ କଷ୍ଟ ସବୁ ଛାତିରେ ଲୁଚାଇ

          ଅନ୍ୟ କଷ୍ଟ ଯାନ୍ତି ଲଭି|୨|


ସହଜ ନୁହଁଇ ଡାକ୍ତର ଜୀବନ 

             ସହିବାକୁ ହୁଏ ଦୁଃଖ ;

ଲୁହର ସାଗରେ ନିଜକୁ ହଜାଇ

             ସେବାକୁ ଭାବନ୍ତି ସୁଖ|୩|


କରୋନା କାଳରେ ସର୍ବ ଶ୍ରେଷ୍ଠ ଯୋଦ୍ଧା

               ଆମରି ଡାକ୍ତରି ବନ୍ଧୁ ;

ଆପଣା ଚେଷ୍ଟାରେ ବୁଡାଇ ଦେଲେ ସେ

              କରୋନା ନାମକ ସିନ୍ଧୁ|୪|


ରହି କେତେ ରାତି ଭୋକ ଓପାସରେ

           ଲୋକଙ୍କର ସେବା କଲେ;

ଡାକ୍ତର ହୋଇଣ ନିଜର ଇଛା କୁ

           କର୍ମ ଆଗେ ଭୁଲି ଗଲେ|୫|


ଶତ ଶତ ନମଃ ତୁମରି ଆଗରେ

            ଧନ୍ୟ ତୁମ ତ୍ୟାଗ ଧର୍ମ;

ଈଶ୍ବର ରୂପରେ ମୋହରି ନଜରେ

            ଡାକ୍ତର ହିଁ ଭଗବାନ..... 

            ଡାକ୍ତର ହିଁ ଭଗବାନ|୬|


Post a Comment

Post a Comment (0)

Previous Post Next Post
Free Shubhdristi App Download Now