ରଥସଜ ପଥସଜ ଆସ ପ୍ରଭୁ ଜଗନ୍ନାଥ

ରଥସଜ ପଥସଜ ଆସ ପ୍ରଭୁ ଜଗନ୍ନାଥ - ମୁକେଶ ସେନାପତି



ରଥସଜ ପଥସଜ 

ଆସ ତୁମେ ଜଗନ୍ନାଥ।

ସଙ୍ଗେ ତୁମ ନେଇ ଆସ 

ଭାଇ ଆଉ ଭଉଣୀ।।


ତୁମ ନାଚ ଦେଖିବା ପାଇଁ

ବିଶ୍ଵ ବ୍ରହ୍ମାଣ୍ଡ ରହିଛି ହେ ଚାହିଁ।

ରଥେ ଚତୁର୍ଦ୍ଧା ମୂରତି ଦେଖି 

ଖୁସିରେ ଉଠିବି ନାଚି।।


ତୁମ ଆଖିରେ ଆଖି ମିଶି

ଅଭିମାନ କରିବ କିଛି। 

ବହି ଯିବ ଅଶ୍ରୁବିନ୍ଦୁ

ମନ ହେବ ପବିତ୍ର।।


ତିନିରଥ ଚକାତଳେ ଗର୍ବ ଆଉ ଅହଙ୍କାର 

ମାଡ଼ି ଦେବ ପ୍ରଭୁ ମୋର।

କେତେ ତପ ପୁଣ୍ୟ ବଳେ

ତୁମର ଶରଣ ମିଳେ।।


ଏତିକି ଅନୁରୋଧ ପ୍ରଭୁ ମୋର

ସଂହାର ଲୀଳା ତୁମ, ବନ୍ଦ କର।

ରୋଗ ଶୋକ ଦାଉରୁ

ଉଦ୍ଧାର ହେ ଚକାଡୋଳା।


ତୁମେ ନ ରଖିଲେ ପ୍ରଭୁ

ବୁଡିବ ଆମର ଭେଳା।

ରଥସଜ ପଥସଜ 

ଆସ ପ୍ରଭୁ ଜଗନ୍ନାଥ।।


Post a Comment

Post a Comment (0)

Previous Post Next Post
Free Shubhdristi App Download Now