ବିଶ୍ୱ ପରିବେଶ ଦିବସ

 ବିଶ୍ୱ ପରିବେଶ ଦିବସ - ରାଜେଶ କୁମାର ବାରିକ

ରାଜେଶ କୁମାର ବାରିକ, shubhdristi, ଶୁଭଦୃଷ୍ଟି


ବାତ୍ୟା ୟାସ୍ ଭୟାବହତାର ଖବର ଟିଭିରେ ଅହରହ ଶୁଣି ବିରକ୍ତି ହୋଇ ସାରିଥାନ୍ତି ରମାକାନ୍ତ ବାବୁଙ୍କ ପୁରା ପରିବାର। ତଥାପି ବି ସୋଫା ଉପରେ ବସି ସେଇ ଗୋଟିଏ ନ୍ୟୁଜ୍କୁ ବାରମ୍ବାର ଦେଖୁଥାନ୍ତି ରମାକାନ୍ତ ବାବୁ। ମନରେ ଉତ୍ସୁକତାର ହତାଶ ଭାବ ନେଇ । ଖାଲି ମଝିରେ ମଝିରେ କହୁଥାନ୍ତି....... "ଗୋଟିଏ ପାଖେ କରୋନାକୁ ଅନ୍ୟ ପାଖରେ ମହାବାତ୍ୟା ସତେ ଯେମିତି ମାନବ ଜାତିକୁ କାଳ ଗ୍ରାସିଛି। ହେ ମହା ପ୍ରଭୁ ଜଗନ୍ନାଥ ତୁମକୁ ଲାଗିଲା  ଚାରିକୋଟି ଓଡିଆ ଙ୍କ ଭାଗ୍ୟ ଭବିଷ୍ୟତ । ତୁମେ ହିଁ ଭରଷା ପ୍ରଭୁ... ତୁମେ ହିଁ ଭରଷା"

ଏସବୁକୁ ଦୁରରେ ଥାଇ ଲକ୍ଷ୍ୟ କରୁଥାଏ ନାତିଆ ବଣ୍ଟି । ଧିରେ ଧିରେ ପାଖକୁ ଆସି ପାଖରେ ବସିଲା ବଣ୍ଟି। ନାତିଆର ପ୍ରଶ୍ନିଳ ମୁଖକୁ ଦେଖି ରମାକାନ୍ତ ବାବୁ ପଚାରିଲେ କଣ ହେଲାରେ ବଣ୍ଟି ତୁ କଣ କିଛି କହିବୁ ?

ବଣ୍ଟି ...." ହଁ ଜେଜେ ! ସତରେ କଣ ଓଡିଶା କୁ ୟସ୍ ଆସୁଛନ୍ତି , ଯଦି ସେ ସତରେ ଆସନ୍ତି ତାହାଲେ ତ ଭଲ କଥା ..... ଆଉ ଆମ ଭୂବନେଶ୍ବର ରେ କେଉଁଠିକୁ ଆସିବେ ..... ଜେଜେ..... ଆପଣ ଜାଣିଛନ୍ତି ୟସ୍ KGF chapter 1 ରେ ଧୁମ୍ ଧଡାକ୍ ବହୁତ୍ ଫାଇଟିଙ୍ଗ କରିଛି । ସେ ଆସନ୍ତୁ! ବାବା ଙ୍କୁ ସାଥି ରେ ନେଇ ଦେଖିବା ପାଇଁ ଯିବା ସେଲ୍ଫି ଉଠାଇବା .... ବହୁତ ମଜା ଆସିବ। "

       "ଆରେ ସେ ୟସ୍ ଏ ୟସ୍ ନୁହଁ ରେ ବଣ୍ଟି । ଏ ୟାସ୍ ହେଉଛି ସୁପର ସାଇକ୍ଲୋନ୍ ପ୍ରାକୃତିକ ଝଡ । ଏହି ପ୍ରାକୃତିକ ଝଡ ସାମ୍ନାରେ ଭଗବାନ ଙ୍କ ଛଡା KGF ର ହିରୋ କଣ ? ଦୁନିଆର କୋଣସି ହିରୋ ର ଶକ୍ତି କାମ ଦେବନି ରେ ବାପ ,"

 "ଓହ...ହ ତାହେଲେ ଏଇ କଥା ମୁଁ ତ ଆହୁରି କିଛି ବି ଭାବି ନେଇଥିଲି । ଆଛା ଜେଜେ ଏ ପ୍ରାକୃତିକ ଦୂର୍ବିପାକ ଆସେ କାହିଁକି ?"

     " ଆମେମାନେ ସବୁ ଗୋଟିଏ ଚକ୍ରରେ ଗତି କରୁଛୁ , ଏହି ଚକ୍ରରୁ ଗୋଟିଏ ସଦସ୍ୟ ଦୁର୍ବଳ କି ବାହାରକୁ ବାହାରି ଗଲେ ତାର ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଆବଶ୍ୟକୀୟ ଦଣ୍ଡ ବିଧାନ ହିଁ ଦୂର୍ବିପାକ। ଯେମିତି ତୋ ବାପା ବାଙ୍ଗାଲୋରରେ କାମ କରୁଥିଲେ ବହୁତ ପଇସା ଆଣୁଥିଲେ ତୁମେମାନେ ସେଠାରେ ରହୁଥିଲ ହୋଟେଲ୍ ଯାଉଥିଲ , ସପିଙ୍ଗ୍ କରୁଥିଲ ଆଉ ଖୁସିରେ ଥିଲ କିନ୍ତୁ ତୋ ବାପାଙ୍କର କରୋନା ରେ ଚାକିରି ଗଲା ପରଠାରୁ ସେଠାରେ ଘର ଥାଇବି ତୁମେମାନେ ସେଠାରେ ରହି ପାରିଲନି ଭୂବନେଶ୍ବର କୁ ପଳାଇ ଆସିଲ ଆଗଭଳି ହୋଟେଲ୍, ସପିଙ୍ଗ୍ ମଲ ଯାଇ ପାରୁ ନାହଁ।

     ଠିକ୍ ସେମିତି ଏ ମଣିଷ ସମାଜ ଜଙ୍ଗଲ କାଟି ବନ୍ୟ ଯନ୍ତୁ ମାରି ଖାଇଲେ, କଳକାରଖାନା ବସାଇ ପୃଥିବୀ କୁ ଉତ୍ତପ୍ତ କଲେ, ଅଳିଆ ଆବର୍ଜନା ପକାଇ ପରିବେଶ କୁ ଦୂଷିତ କଲେ ଏହାର ପରିଣାମ ଆମ ମଣିଷ ସମାଜ ଭୋଗିବାନି ତ ଆଉ କିଏ ଭୋଗିବ ।"


     " ଆଛା ଜେଜେ ଏସବୁ ତ ଠିକ୍ କଥା କିନ୍ତୁ ଯେମିତି ଗୋଟିଏ ଭଙ୍ଗା ପେନସିଲ ଭାଙ୍ଗି ଗଲା ପରେ ଆଉ ଯୋଡି ଠିକ୍ ହେବନି ତେଣୁ ମୁଁ ଦୁଇଟି ପେନସିଲ କରି ବ୍ୟବହାର କରେ ଏବେ ଆମେ ପ୍ରକୃତି ସହ ସେମିତି କିଛି କରି ପାରିବା ନାହିଁ ? ଯେମିତି ଆଗକୁ ଅଧିକ କିଛି ଅସୁବିଧା ହେବ ନାହିଁ । ଏମିତି କେହି କିଛି କରିବା ଆରମ୍ଭ କଲେଣି କି? "

      " ବହୁତ ସୁନ୍ଦର ଗୋଟିଏ ଭଙ୍ଗା ପେନସିଲ ର ଦୁଇ ଖଣ୍ଡ କୁ ନେଇ ଯେମିତି ବ୍ୟବହାର ଯୋଗ୍ୟ କରିପାରୁଛୁ ଠିକ୍ ସେମିତି ବିଗିଡି ଯାଇଥିବା ବିଶ୍ୱର ପରିବେଶ କୁ ସଜାଡିବା ପାଇଁ ଯୁକ୍ତରାଜ୍ୟ(ୟୁକେ)  ରେ ପ୍ରଥମ ଥର ୧୯୭୪ ର ଜୁନ୍ ୫ତାରିଖ କୁ ବିଶ୍ୱ ପରିବେଶ ଦିବସ ରୁପେ ବିଶ୍ୱର ୧୯୫ ଟି ଦେଶ ପାଳନ କରଥିଲେ ଏମିତି କି ଭାରତ ମଧ୍ୟ ଦୁଇ ଦୁଇ ଥର ବିଶ୍ୱ ପରିବେଶ ଦିବସ ପାଳନ କରିଛି । ହେଲେ କଣ ହେବ ଏସବୁ କଥା ରହିଯାଇଛି। ଯାହାର ପରିଣାମ କରୋନା ଭାଇରସ୍ ଆଉ ସୁପର ସାଇକ୍ଲୋନ୍।

       ସତ କଥା କହିଲେ ଜେଜେ ଆମେ ଯେଉଁ କଥା କହୁ ସେଇ କାମ କଲେ ଅନ୍ୟ ମାନଙ୍କୁ ସୁଧାରିବା ସହିତ ନିଜେ ମଧ୍ୟ ସୁଧାରିବା । ଆପଣଙ୍କ ର ଏଇ ଗୋଟିଏ ନ୍ୟୁଜ ଦେଖିବା ଦେଖି ଜେଜେମା ଆଉ ମାଁ ବିରକ୍ତ ହୋଇ ସାରିଲେଣି। ମୁଁ ସିନା ବୁଝିଗଲି ସେମାନେ ବୁଝିବାକୁ ବାକି ରହିଲେ । 

        ( ସେପଟେ ମାଙ୍କ ପାଟି ଶୁଣାଗଲା ବଣ୍ଟି , ବାପା ଖାଇବା ପାଇଁ ଆସନ୍ତୁ) 

ଦୁହେଁ ଉଠି ଚାଲିଗଲେ । 


ରାଜେଶ କୁମାର ବାରିକ

ଦେବେନ୍ଦ୍ରପୁର ,ଅଭଣା ,ବାଲେଶ୍ବର

Post a Comment

Post a Comment (0)

Previous Post Next Post
Free Shubhdristi App Download Now