ମାଆ

ମାଆ - ଇତିଶ୍ରୀ ଖିଲାର

Maa, itishree khilar


ମାଆ ଅଟେ ନିବିଡ଼ ର ଆବେଗ ତା

ପ୍ରେମ ଆଉ ସୁରକ୍ଷା ର  ଦୀପଶିଖା..

ସିଏ ଅଟେ ଜନ୍ମ  ଆଉ ଜୀବନର  ବାସ୍ତବ ଆଇନା।

ତାକୁ ବର୍ଣ୍ଣନା କରିବାକୁ ଶବ୍ଦ ଏଠି ଫିକା।।

ତାକୁ ମାପିବା କୁ ଅଭାବ ହୋଇଯାଏ ସାଗର ର ଶାମୁକା 

ତା ସଂଜ୍ଞା ଖୋଜିବାକୁ ଶେଷ ହୁଏ ଅଭିଧାନ ର ପୃଷ୍ଠା।।


କେବେ ଅଟେ ସିଏ ମୋ ପାଇଁ ମରୁଭୂମି ର ମରୀଚିକା 

ତା କଥା ଅଟେ ପ୍ରେମ ଭରା ମାଦକତା।।

ତା ବିନା ନାହିଁ ମୋର କିଛି ବି ଠିକଣା

ସିଏ ହିଁ କରିଛି ମୋତେ ସୁନ୍ଦରତା।।

ହୃଦୟେ ମୋର ଭରି ଦେଇ ଅଛି କେତେ ଯେ କଳ୍ପନା

ମାପି ପାରୁ ନାହିଁ ସିଏ ତ ସାଗର ଠୁ ଗଭୀରତା।।


Post a Comment

Post a Comment (0)

Previous Post Next Post