ସ୍ନେହର ମହିମା

ସ୍ନେହର ମହିମା - ଶାଶ୍ୱତିକା ବେହେରା

Snehara mahima, Saswatika Behera

ସ୍ନେହପୂର୍ଣ୍ଣ ଚକ୍ଷୁ ସୁନ୍ଦର ଦିଶଇ

ଥାଏ ଯଦି ମିଠା ଠାଣି

ସ୍ନେହଭରା କଥା ମଧୁର ଲାଗଇ 

ଶୁଭେ ଯଦି ମିଠା ବାଣୀ |


ମାଆର ମଧୁର ସ୍ନେହଭରା କଥା 

କୋଟି ଦୁଃଖ ହରିନିଏ

ବାପାଙ୍କ ଆଦର କହିଲେ ନସରେ 

କେତେ ସୁଖ ଦେଇଥାଏ |


ଟିକି ପିଲାଟିର ଦରୋଟି ହସରେ 

ସବୁ ବ୍ଯଥା ଦୂର ହୁଏ

ସ୍ନେହବୋଳା କଥା ଶୁଣିବା ମାତ୍ରକେ 

ହୃଦୟ ତରଳି ଯାଏ |


ଆତ୍ମା ପରମାତ୍ମା ସ୍ନେହର ମିଳନ

କେ ପାରିବ ଅବା ଭୁଲି

ସକଳ ସୁଖର ଆକାର ସେ ଦୃଶ୍ୟ

ଅନ୍ତର ଦିଅଇ ଝାଳି |


ଆସ ସର୍ବେ ପ୍ରଭୁ ପଥ ଅନୁସରି

କରିବା ତାକୁ ସ୍ମରଣ 

ସଂସାର ତାଙ୍କର ବିଶାଳ ବଗିଚା

ଆମେ ଆତ୍ମିକ କୁସୁମ |

Post a Comment

Post a Comment (0)

Previous Post Next Post
Free Shubhdristi App Download Now