ଜୟ ଭାରତ ମାତା ଜୟ ଭାରତ

ଜୟ ଭାରତ ମାତା ଜୟ ଭାରତ - ଅରବିନ୍ଦ ବୋସ


ଉଷା ଅନ୍ଧାରର ବୁକୁ ଚରି 

ଆସେ ଆଜି ଆନନ୍ଦ ଲହରୀ 

ଫିରିଙ୍ଗି ଶାସନ ଶେଷେ 

ସ୍ୱତନ୍ତ୍ର ହୋଇ ସମସ୍ତେ 

ଦୁଇ ଶତ ବରଷର 

ଗ୍ଲାନି ଭରା ହୃଦୟର 

ପଡିଥିଲା ଯବନିକା 

ଦୀପ୍ତି ମନ୍ତ ଥିଲା ଶିଖା 


ବୋଇଥିଲ ବୀଜ ଅବିଶ୍ୱାସର 

ଲୁଣ୍ଠିତ କରୁଥିଲେ ବାରମ୍ବାର 

ଲଢ଼ିଥିଲେ କେତେ କେତେ 

ଲୁଟିଥିଲା ମଥା କେତେ 

ଗର୍ଵରେ ଜଳୁଥିଲା ଚିତା 

କୋଳ ଖାଲି କରି ମାତା 

ଲୁହ ନୁହେଁ ବହୁଥିଲା ଲହୁ 

ହସି ହସି ଟେକି ଥିଲେ ବାହୁ 


ଛାଡ଼ିଗଲେ ଖଣ୍ଡିତ ସ୍ୱରୂପ 

ସୁପୁତ୍ର ମନେ ପୁର୍ଣ କରି ରୂପ 

ଗଢି ତୋଳିଲେ ସ୍ବପ୍ନର ବର୍ଷ

ଗର୍ଵରେ କହୁ ଏହି ଆମ ଦେଶ 

ଅଗଷ୍ଟ ପନ୍ଦର ଆସି ଅଛି ଆଜ 

ସ୍ୱଗର୍ଵ ତ୍ରିରଙ୍ଗା କରୁଅଛି ରାଜ 

କରୁଛୁ ଶପଥ ରଖିବା ତାର ଟେକ 

ଜୟ ଭାରତ ମାତା ଜୟ ଭାରତ.


Post a Comment

Post a Comment (0)

Previous Post Next Post
Free Shubhdristi App Download Now