ରଙ୍ଗତୂଳୀ - ନିଗମ ବେହେରା
ସପନ ଯେଉଁଠି ଅଳସ ଭାଙ୍ଗେ,
ସ୍ମୃତିର ଖିଅ ଧରି
ସ୍ମୃତି ଯେଉଁଠି ଅତୀତ ସାଉଁଟେ,
ପାଉଁଶ ତଳର ନିଆଁକୁ ଧରି
ଅତୀତ ଯେଉଁଠି ଭାସିଚାଲେ,
କାନର ସ୍ରୋତରେ ତରି ତରି
କାଳ ଯେଉଁଠି ଆଗେଇ ଚାଲେ,
ବର୍ତ୍ତମାନର ହାତକୁ ଧରି
ବର୍ତ୍ତମାନ ଯେଉଁଠି ଝଲସି ଉଠେ,
ସତ୍ଯତାର ସୂର୍ଯ୍ଯାଲୋକ ଧରି
ଭବିଷ୍ଯତ ସେଇଠି ବସା ବାନ୍ଧେ,
ମାନବିକତାର କାଠିକୁ ଯୋଡ଼ି କରି
ରାତ୍ରୀ ଶୁଭକାମନାରେ ପାହାନ୍ତି ସପନରେ
ଛିଡ଼ା ହୋଇ ତୁମ କଳ୍ପନା ନଦୀ ତୀରେ
ବୟସର ଅପରାହ୍ନେ ଗୋଧୂଳି ସନ୍ଧ୍ଯାରେ
ଗାଁ ମନ୍ଦିରର ଘଣ୍ଟ ଧ୍ୱନିରେ
କାହା ସ୍ୱର ପ୍ରତିଧ୍ୱନିତ ହୁଏ ମୋ କାନରେ
ଶୋଇ ଶ୍ମଶାନ ଜୁଇରେ
ଆର ଜନମକୁ ଅପେକ୍ଷାରେ
ହୁଅନ୍ତି କି ପୁଣି ଶିଶୁଟିଏ
ତୁମ ସେହି ରଙ୍ଗତୂଳୀରେ
Post a Comment