ସ୍ବପ୍ନ ରାଇଜର ପଥେ - ରଶ୍ମୀବାଳା ଶତପଥୀ
ସ୍ବପ୍ନ ରାଇଜର ମୁଁ ଯେ ରାଜକୁମାରୀ,
ମୋ ପାଇଁ ସ୍ବପ୍ନ ଯେ ଚନ୍ଦ୍ରମା ପରୀ।
ନିଶି ର ଅନ୍ଧକରେ ଆସେ ପାଦ ଚାପି କରି,
ଧୋକା ଦେଇ ଚାଲିଯାଏ ପ୍ରଭାତୁ ଫେରି।।
ହଜି ଯାଏ ମୁଁ ସେଇ ସ୍ବପ୍ନ ନଗରୀ ରେ,
ଅସରନ୍ତି ସ୍ବପ୍ନ ଭାରି ମୋ ଦୁଇ ନୟନ ରେ,
ପିଲାଲିଆମୀ କି ପାଗଳାମି ବୁଝି ତ ହୁଏନା,
ବାସ୍ତବତା କୁ ଭୁଲି ଯାଏ କାଇଁ ମୁଁ ଜାଣେନା।।
ମୃଗ ତୃଷ୍ଣା ସମ ଧାଇଁ ଚାଲେ ସ୍ବପ୍ନ ଆଡ଼କୁ,
ଧାଇଁ ଧାଇଁ ଥକି ପଡେ ଦେଖି ମାୟାବୀ କୁ।
ମରୀଚିକା କୁ ବାସ୍ତବ ରୂପ ଦିଏ,
ମୋ ଭଳି ପାଗିଲି କୁହ ଆଉ କିଏ ଥାଏ।।
ଆଶା ମୁଁ ଛାଡିନି ଆଜି ସ୍ବପ୍ନ ବି ଛାଡ଼ିନି,
ଚେଷ୍ଟା ଅବିରତ କରେ ହୋଇ ମୁଁ ବନ୍ଦିନୀ।
ଭରସା ଅଛି ନିଶ୍ଚେ ଆସିବ ଫେରି,
ପାହାନ୍ତି ତାରା ର ତୀକ୍ଷ୍ଣ ଝଲକ୍ ପରି।।
କେବେ ଧୋକା ଦେବନି ମୋତେ,
ଚନ୍ଦ୍ରମା ର ରାଣ ଦେଉଛି ତତେ।
ସ୍ବପ୍ନ ର ସ୍ଵାଦ ଚାଖିବି ଦିନେ,
ସେଦିନ ର ଅନୁଭୂତି ରହିବ ମନେ।।
ବାସ୍ତବତା ର ରୂପ ଦିନେ ଦେବୀ ମୁଁ ସ୍ବପ୍ନ କୁ,
ସ୍ବପ୍ନ ର ମାନ ରଖିବି କଥା ଦେଉଛି ତୁମକୁ।
ମେଘ ସବାରୀରେ ଦିନେ ସ୍ବପ୍ନ ଆସିବ,
ରାଣୀ କରି ମୋତେ ତା ସାଥେ ନେଇଯିବ।।............
Post a Comment