ଅଲେଖା ଏ ଚିଠି

 ଅଲେଖା ଏ ଚିଠି - ପ୍ରଶାନ୍ତ କୁମାର ସାହୁ

ଅଲେଖା ଏ ଚିଠି


ନିସଙ୍ଗତାର ଗହନ ବନରେ

ମନରେ ଉଙ୍କି ମାରୁଥିବା

ଭାବନାର ଅଜସ୍ର ଲହରୀ ।

ଜନ୍ମ ନିଏ 

ଏକ ଅଲେଖା ଚିଠି........

ଦିଗନ୍ତ ପ୍ରସାରୀ ଅପରୂପ ପ୍ରକୃତି

ସବୁଜ ବନାନି ଘେରା 

ନିର୍ଜନ ଏ ଛୋଟିଆ କୁଟୀର ।

କେଡେ ମନୋହର ......

ମହୁମାଛିର ଗୁଣୁ ଗୁଣୁ ଶବଦ

ନୀଳ ଆକାଶରେ ପକ୍ଷୀଙ୍କ ସମ୍ଭାର ।

ଶାନ୍ତ ସ୍ୱର୍ଣାଭ ଧାନ ଖେତ

ସବୁଜିମା ଭରା ସୋରିଷ କିଆରୀ ।

ନଦୀରେ ଚିରପ୍ରବାହିତ ଜଳରାଶି

ଝରଣାର ଝର ଝର ନିନାଦ ।

 ଭାବନା ରାଇଜର ଏ ଚିଠିରେ

ଲେଖିଯାଏ କିଛି ଅକୁହା କଥା ।

ଆଖିରେ ଶୁଷ୍କପ୍ରାୟ ଲୁହର ଧାରା

ହୃଦୟରେ କୋହଭରା ସ୍ମୃତିର ଝରା ।

କିଏ ଲେଖିବ 

ମୋ ଚିଠିର ଜବାବ !

କାହା ପାଖରେ ଅଛ

ମୋ ମନର ଠିକଣା !


Post a Comment

Post a Comment (0)

Previous Post Next Post
Free Shubhdristi App Download Now