ସାକ୍ଷାତକାର : ଚିତ୍ରଶିଳ୍ପୀ ଶିବଶଙ୍କର ଦାସ

 ସାକ୍ଷାତକାର : ଚିତ୍ରଶିଳ୍ପୀ ଶିବଶଙ୍କର ଦାସ

ଶିବଶଙ୍କର ଦାସ ଆଜିର ଯୁବପିଢି ପାଖରେ ଏକ ପରିଚିତ ନାମ । ଗଞ୍ଜାମ ଜିଲ୍ଲାରେ ଜନ୍ମଗ୍ରହଣ କରି ଭୁବନେଶ୍ଵରରେ ବଢ଼ିଥିବା ଶିବଶଙ୍କର ଆଜି ନିଜର ଚିତ୍ରକଳା ମାଧ୍ୟମରେ କେବଳ ଗଞ୍ଜାମ କି ଭୁବନେଶ୍ୱର ନୁହେଁ ବରଂ ସାରା ରାଜ୍ୟ ପାଇଁ ଗୌରବ ର ପରିଚୟ । ନିଜର ବାସ୍ତବଧର୍ମୀ ଚିତ୍ର ପାଇଁ ଶିବଶଙ୍କର ସବୁଠି ପରିଚିତ । ଏତେ କମ୍ ବୟସରୁ ନିଜର ଚିତ୍ର ମାଧ୍ୟମରେ ବିଭିନ୍ନ ସମ୍ମାନର ଅଧିକାରୀ ହେଉଛନ୍ତି ଶିବଶଙ୍କର । ତେବେ ଶୁଭଦୃଷ୍ଟି ପରିବାର ତରଫରୁ ଯୁବ ଚିତ୍ରଶିଳ୍ପୀ ଶିବଶଙ୍କର ଦାସଙ୍କୁ ଆମେ ପଚାରିଥିଲୁ କିଛି ପ୍ରଶ୍ନ 

 

ସାକ୍ଷାତକାର : ଚିତ୍ରଶିଳ୍ପୀ ଶିବଶଙ୍କର ଦାସ


ପ୍ରଶ୍ନ : ଆପଣଙ୍କ ପିଲାବେଳ କେମିତି କଟିଥିଲା ଏବଂ ନିଜର ପଢାପଢି ବିଷୟରେ କିଛି କୁହନ୍ତୁ?

ଉ- ମୋର‌ ପ୍ରକୃତରେ ପିଲାବେଳୁ ଚିତ୍ର ପ୍ରତି ଆଗ୍ରହ ଥିଲା ହେଲେ ଘରେ ସେତେ ସହଯୋଗ କଲେନି , +୨ ପି ଏନ୍ କଲେଜ୍ ଖୋର୍ଦ୍ଧା ରେ ତା ପରେ ପାସ କରି ଆଉ +୩ କରିବାକୁ ଇଚ୍ଛା ନ ଥିଲା, ବି କେ ଆର୍ଟ କଲେଜ୍ ରେ ପଢିବାକୁ ଇଚ୍ଛା ଥିଲା। ତା ପରେ ୨ ବର୍ଷ ଆଇ ଟି ଆଇ କଲି। ଯେହେତୁ ଅଲଗା କିଛି କରିବାକୁ ଇଚ୍ଛା ନ ଥିଲା ତେଣୁ ଘରେ ରାଜି ହୋଇଗଲେ। ସେଠୁ ୨୦୦୫ ରେ ବି କେ ଆର୍ଟ କଲେଜ୍ ରେ ପଢିଲି। ସେବେ ଏତେ ଭଲ ଚିତ୍ର ହେଉ ନ ଥିଲା। ତାପରେ ଯାଏ ବେଳେ ବସ୍ ଷ୍ଟାଣ୍ଡରେ ବସି ସ୍କେଚ୍ କରେ। ଖଣ୍ଡଗିରି ହେଉ କି ଅନ୍ୟ କୌଣସି ପ୍ରାକୃତିକ ଜାଗା ହେଉ ମତେ ସେଠି ସ୍କେଚ କରିବାକୁ ଭଲ ଲାଗେ। କେହି ତ ସାଙ୍ଗ ହୁଅନ୍ତିନି ଏକା ଏକା ଯାଇ ଚିତ୍ର କରେ।


ପ୍ରଶ୍ନ : କେବେ ଏମିତି ଲାଗିନି ଯେ ଚିତ୍ର ଛଡ଼ା ଆହୁରି କିଛି କରି ହେଇଥାନ୍ତା ବୋଲି?

ଉ- ଚିତ୍ରକୁ ମୋର ଜୀବନ କରିବାକୁ ଚାହିଁନି ମତେ ସେଇଟା ଭଲ ଲାଗେ ବୋଲି କଲି। ତେଣୁ ମୁଁ ଭାବିନି ଆଗକୁ କଣ ହେବ। ରୋଜଗାର କରିବି ବୋଲି ମଧ୍ୟ ଆଜି ଯାଏଁ ଭାବିନି। ମୁଁ ଥ୍ରୀ ଡି କ୍ଷେତ୍ରରେ ଚାକିରୀ କରୁଥିଲି। ଫାଙ୍କା ସମୟ ମିଳିଲେ ଏଇଟା କରେ। ଆଉ ମଧ୍ୟ ମତେ ବହୁତ ଭଲ ଲାଗେ। ଯେତେ ଏ କାମରେ ବୁଡିକି ରହିବ କରିବାର ମଜା ସେତେ।


ପ୍ରଶ୍ନ : ଯେତେ ଚିତ୍ର ଯୁଆଡୁ କଲେଣି ଆପଣ ବେଶୀ ପ୍ରଶଂସିତ କେଉଁଠି ହୋଇଥିଲେ ଯାହାକୁ ଆପଣ ଆଜି ଯାଏଁ ମନେ ରଖିଛନ୍ତି?

ଉ- ମୋତେ ରତିକାନ୍ତ ଶତପଥୀ ସାର ମୋ କାମ ଦେଖି ମୋତେ ସେ ତାଙ୍କ ପାଇଁ ଗୋଟେ ଚିତ୍ର କରିବାକୁ କହିଲେ। ମୋତେ ତାଙ୍କ ଗୀତ ବହୁତ ଭଲ ଲାଗେ ତେଣୁ ସେତିକି ଶୁଣି ମୁଁ ଖୁସି ହେଲି। ଆଉ ମୋତେ ନିଜର ପବ୍ଲିଶିଟି କରିବାକୁ ଭଲ ଲାଗେନି। କାମ ଭଲ ହେଉ କି ଖରାପ ମୋତେ ନିଜକୁ ପରିଚିତ କରିବାକୁ ଭଲ ଲାଗେନି। ବାସ୍ କାମ କରି ଚାଲେ। ସେଥିରେ ଖୁସି ଲାଗେ।

(ରତିକାନ୍ତ ଶତପଥୀଙ୍କ ସହ ଶିବଶଙ୍କର)


ପ୍ରଶ୍ନ : ନିଜେ କରିଥିବାଚିତ୍ର ବ୍ୟତୀତ ଆପଣଙ୍କୁ କାହାର ଚିତ୍ର ସବୁଠୁ ବେଶୀ ଭଲ ଲାଗେ? ଆପଣ କାହାକୁ ଆଦର୍ଶ ବୋଲି ମାନନ୍ତି?

ଉ- ମୋତେ ପେନ୍ ଏବଂ ପେନ୍ସିଲ୍ ରେ ଚିତ୍ର କରିବାକୁ ଭଲ ଲାଗେ। ଜଣଙ୍କ ର ଚିତ୍ରକୁ ମୁଁ ଅନୁସରଣ କରେନି ଏମିତି ଅନେକ କଳାକାରଙ୍କୁ କାମ ଅନୁଯାୟୀ ଅନୁସରଣ କରେ। କହିବାକୁ ଗଲେ ମତେ ବିଜୟ ବିଶ୍ଵାଳଙ୍କ କାମ ବହୁତ ଭଲ ଲାଗେ।

(୨୦୧୯ ଜନ୍ମାଷ୍ଟମୀ ଉପଲକ୍ଷେ ଶିବଶଙ୍କର ପ୍ରସ୍ତୁତ କରିଥିବା ଚିତ୍ର)


ପ୍ରଶ୍ନ : ଚିତ୍ର ବ୍ୟତୀତ ଆଉ କ'ଣ କରିବାକୁ ଭଲ ଲାଗେ?

ଉ- ମୋତେ ଗୀତ ଶୁଣିବାକୁ ବି ବହୁତ ଭଲ ଲାଗେ। ଓଡ଼ିଆ ଗୀତ ମୋର ପସନ୍ଦ କିନ୍ତୁ ସବୁ ଓଡ଼ିଆ ଗୀତ ନୁହେଁ। ଖାସ୍ କରି ଓଡ଼ିଆ ମାଟିର ବାସ୍ନା ଯେଉଁ ଗୀତରେ ଥାଏ ସେସବୁ ଶୁଣିବାକୁ ବହୁତ ଭଲ ଲାଗେ ।


ପ୍ରଶ୍ନ : ଆଗକୁ ଆପଣ କ'ଣ ଲକ୍ଷ୍ୟ ରଖିଛନ୍ତି?

ଉ- ଏମିତି ରେ ତ ଅଧା ଜୀବନ ପଳାଇଲାଣି କିନ୍ତୁ ଗୋଟିଏ ଭଲ ଚିତ୍ରଶିଳ୍ପୀ ହେବା ମୋର ଲକ୍ଷ୍ୟ। ବାସ୍ ଲୋକେ ମୋର ଚିତ୍ରକୁ ଜାଣନ୍ତୁ ,ଚିହ୍ନନ୍ତୁ । ଏତିକି ମୋର ପରିଚୟ ହେଉ।


ପ୍ରଶ୍ନ : ପଢ଼ାପଢ଼ି କରିବାକୁ ଭଲ ଲାଗେ କି?

ଉ- ଏମିତି ରେ ତ ପଢିବାକୁ ମୁଁ ସେତେ ପସନ୍ଦ କରେନି କିନ୍ତୁ ଉପନ୍ୟାସ ପଢେ ବେଳେ ବେଳେ।

(ଚିତ୍ର ଆଙ୍କୁଥିବା ସମୟରେ ଶିବଶଙ୍କର)


ପ୍ରଶ୍ନ : କେବେ କିଛି ଲେଖାଲେଖି କରିଛନ୍ତି?

ଉ- ହଁ ଏକା ନୀରବରେ ବସିଥିବା ବେଳେ ଏମିତି କିଛି ପଦ ଲେଖି ପକାଏ।


ପ୍ରଶ୍ନ : ଆଜିର ଯୁବପିଢି ଯେଉଁ ମାନେ ଚିତ୍ରରେ ଆଗ୍ରହ ରଖୁଛନ୍ତି ସେମାନଙ୍କୁ କଣ କହିବାକୁ ଚାହିଁବେ?

ଉ- ଚିତ୍ରକୁ ରୋଜଗାରର ପନ୍ଥା ବୋଲି ନ ଭାବି ନିଜ ଇଚ୍ଛା ଏବଂ ଆଗ୍ରହ ପାଇଁ ଚିତ୍ର କରିବା ଆବଶ୍ୟକ। ବର୍ତମାନ ର ଯୁବପିଢି ସେଥିପ୍ରତି ଆଗ୍ରହ ପ୍ରକାଶ କରୁ ନାହାନ୍ତି। ତେଣୁ କାମ କରି ଚାଲନ୍ତୁ ଅଭ୍ୟାସ ଦ୍ଵାରା ହିଁ ସବୁ ସୁନ୍ଦର ହୁଏ।

(ଶିବଶଙ୍କର ପେନ୍ ରେ ପ୍ରସ୍ତୁତ କରିଥିବା ନିଜର ଚିତ୍ର)


Post a Comment

Post a Comment (0)

Previous Post Next Post
Free Shubhdristi App Download Now