ବୁଢୀ ମା

 ବୁଢୀ ମା  - ପବିତ୍ର କୁମାର ଶତପଥୀ

ବୁଢୀ ମା


 ଏ ହେଉଛି ଗୋଟେ ସତ କାହାଣୀ ଗୋଟିଏ ୬୦ ବର୍ଷ ର ବୁଢ଼ୀ ମାଆ ପିଜୁଳି ବିକୁଥିଲେ । ମୁଁ ପିଜୁଳି ୨୦ ଟଙ୍କାର କିଣିଲି, ପର୍ସରୁ ଟଙ୍କା ବାହାର କରୁଛି ଦେବା ପାଇଁ ଏ ସମୟରେ ଜଣେ ଭଦ୍ର ଲୋକ ବୟସ ୫୦ ପରେ ହେବ ଶିକ୍ଷିତ ମଧ୍ୟ ଚାକିରୀରୁ ଅବସର ନେଇଛନ୍ତି ବୋଧେ....

ସୁନ୍ଦର ଶରୀର ଆସି ପହଁଚିଲେ ଓ ପିଜୁଳି କେମିତି ଦେଉଛୁ କହିଲେ, ବୁଢ଼ୀ କହିଲା ୧୦ ଟଙ୍କାରେ ୪ ଟା । ସେ ଲୋକଟି କହିଲେ କି ୫ ଟା ଦେ । ବୁଢ଼ୀ ମନାକଲା ଦେବାକୁ । ଲୋକଟି ବୁଢ଼ୀ ସହିତ ଯୁକ୍ତି ବହୁତ କଲା ଓ ଦେବାପାଇଁ ବାଧ୍ୟକଲା। 

ଲୋକଟିର କାକୁତି ମିନତୀ ଦେଖି ବୁଢ଼ୀ ମାଆର ମନରେ ଦୟା ଆସିଲା, କହିଲା ହୋଉ ବାବୁ ନିଅ କହିଲେ ତ ବୁଝୁନ...

ଲୋକଟି ୧୦ ଟଙ୍କା ବଢ଼େଇ ଦେଲା, ବୁଢ଼ୀ ମାଆ ମଧ୍ୟ ୫ ଟା ପିଜୁଳି ବଢ଼େଇ ଦେଲା । ଆଶ୍ଚର୍ଯ୍ୟ ର କଥା ଲୋକଟି ପୁଣି କହିଲା ଆଉ ଗୋଟେ ପିଜୁଳି ଦେ । ବୁଢ଼ୀ କହିଲା ନାଇଁ ବାବୁ ହେବନି ତୁମ ପଇସା ନେଇ ଯାଓ ପିଜୁଳି ରଖିଦିଅ। 

କିନ୍ତୁ ଭଦ୍ରଲୋକଟି ଜବରଦସ୍ତ ଆଉ ଗୋଟେ 1 ଟେ ଧରିଲା କହିଲା ଏ ସାନ ପିଜୁଳି ଟି ନେଉଛି , ବୁଢ଼ୀ ଯେତେ କାକୁତି ମିନତୀ ହୋଇ କହିଲା ନାଇଁ ବାବୁ ନାଇଁ ବାବୁ ହବନି....

ଲକୋଟି ଜମା ଶୁଣିଲାନି ଆଉ ଗୋଟେ ଧରି ଝପଟି ପଳେଇଲା । ବୁଢ଼ୀ ବାବୁ ବାବୁ ଡାକ ଛାଡ଼ୁଛି ଲୋକଟି ଆଉ ପଛକୁ ନଦେଖି ବିର ଦର୍ପରେ ଆଗକୁ ଚାଲିଗଲା । ଯେମିତି କି ସତେ ଅଲମ୍ପିକ ର ଗୋଲଡ଼ ମେଡେଲ ଜିତିଛି । ମୁଁ ସେଠାରେ ଛିଡ଼ାହୋଇ ସବୁ ଦେଖୁଛି । ଅଳ୍ପ ସମୟ ଭିତର ଏସବୁ ହେଇଗଲା । ମନରେ ଦୁଃଖ ଆସିଲା କଣ ବା କରିପାରିବି। 

ବୁଢ଼ୀଲୋକ ଟିକୁ ବୁଝେଇଲି ହୋଉ ମାଆ କିଛି ଭାବେନି। 

ଗୋଟେ ପିଜୁଳି ଅଧିକ ନେଇଗଲେ ସେ ଧନୀ ହେଇଯିବନି। 

ବୁଢ଼ୀ କହିଲା "ହୋଉ ବାପ ନେଉ ଗରିବ ଲୋକଟା ତ !"

ତା ପିଲାମାନେ ଖାଇବେ, ମୁଁ ପିଜୁଳି ପଇସା ୨୦ ଟଙ୍କା ଦେଇ ବୁଢ଼ୀ ମାଆ ପାଖରୁ ଫେରିଆସିଲି । ମନରେ ମନରେ ସେ କଥା ଘୁରି ହେଉଛି, କେମିତି କେମିତି ଲୋକ ଅଛନ୍ତି । ଚାଷୀ ମାନଙ୍କ ପାଇଁ ସମବେଦନା ଜଣାଉଛନ୍ତି ଫେସବୁକରେ । ତେେଣେ ତାଙ୍କ ଠାରୁ ଲୁଟି ନେଉଛନ୍ତି, ମନଟାକୁ ହାଲକା କରିବା ପାଇଁ ପୋଷ୍ଟ କରିଦେଲି, ଅନୁରୋଧ କରୁଛି ଏମିତି କରନ୍ତୁନି କେହି।

ସେମାନେ ବେଙ୍କ ବେଲେନ୍ସ ବଢ଼େଇ ବା ପାଇଁ ପିଜୁଳି ବିକୁ ନଥିଲେ । ପେଟ ଖଣ୍ଡ କ ପାଇଁ ସାରାଦିନ ଖରାରେ ବସିରହିଛନ୍ତି । ଆପଣ ମାନଙ୍କୁ ବିନୀତ ଅନୁରୋଧ ଆଗକୁ କେହି ଏମିତି କରିବେ ନାହିଁ ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now