ପରିକଳ୍ପନା ର ନୌକା

 ପରିକଳ୍ପନା ର ନୌକା - ସଂଗ୍ରାମ ମହାରଣା

ପରିକଳ୍ପନା ର ନୌକା


ଜାଣିନି 

ଏ ନିର୍ଜୀବ ବସ୍ତୁଗୁଡା ପରଷ୍ପର ସଂସ୍ପର୍ଶ ରେ ଆସି 

କାହିଁକି ଜୀବନ୍ତ ହେଇ ଉଠନ୍ତି ? 

ହେଇ ଯେମିତି 

କଲମ ର ମୁନ ଆଉ କାଗଜ ଦୁହେଁ ମିଶିଲା ପରେ

ଆଦିଗନ୍ତ ଜୀବନ୍ତ ଶବ୍ଦ ତିଆରି ହୁଅନ୍ତି 

ଇଚ୍ଛା ହୁଏଶବ୍ଦ ମାଳା କରି ପିନ୍ଧେଇ ପକାନ୍ତି

ଆଉ ବାରମ୍ବାର ଉଠୁ ଥିବା ପ୍ରଶ୍ନ ର 

ଉତ୍ତର ଦେବା ବଦଳ ରେ

ଥାକ ରେ ଥିବା ତୋ ସ୍ମିତହସ ଫଟୋ ସହ

ପାଖରେ ରେ ଥିବା ଗୋଲାପ କୁ ଫୁଲ ଦାନ ସହ ଯୋଡି ପକାନ୍ତି

ଆଉ ତା ପରେ 

ପରିକଳ୍ପନା ର ସାମ୍ରାଜ୍ଯ ରେ 

ମନ ପବନ ର ନୌକା ରେ ଟିକେ ପରିକ୍ରମା କରି ଆସନ୍ତି

ହେଲେ ଠିକ୍ ସେତିକି ବେଳେ 

ଅନେକ ଅସ୍ପଷ୍ଟ କାରଣ ର ଉତ୍ତର ଖୋଜିବସେ

ତୋଫା ମନ ଟା କେଜାଣି କାହିଁକି ଝାଉଁଳା ଦିଶେ

ହେଲେ ନିଜର ବୋଲି ଦାବି କରୁଥିବା 

ମଣିଷ କଣ ସତରେ ଏମିତି ବଦଳି ପାରେ

ନା ସ୍ୱପ୍ନ କୁ ଜଳାଞ୍ଜଳି ଦେଇ ବଦଳିବାର ଅଭିନୟ କରେ

ଆଖି ସାମ୍ନା ରେ ବାଟ ଚଲା ପଥିକ ଟା ଝୁଣ୍ଟି ପଡେ

ଆହା ପଦେ କହି ବାଟ ଚାଲୁଥିବା ସାଥି ଟା ବି

ନିଜ ପାଇଁ ସ୍ୱାର୍ଥପର ହେଇପଡେ

ଆଉ ସେଇ ବାଟ ଦେଇ ଫେରିଲା ବେଳେ

ଅସ୍ତଗାମୀ ସୂର୍ଯ୍ୟ ଙ୍କୁ ଦେଖି ହାତ ଯୋଡି ଟିକେ ବସି ପଡେ

କିଛି ସମୟ ବ୍ୟବଧାନ ରେ

ବୋଧେ ନିଜ ଅଜାଣତରେ ଲୁହ କେଇ ଟୋପା ଝରି ପଡେ... 

Post a Comment

Post a Comment (0)

Previous Post Next Post