ବିପରୀତ ସ୍ୱପ୍ନ

 ବିପରୀତ ସ୍ୱପ୍ନ - ସଂଗ୍ରାମ ମହାରଣା 

ବିପରୀତ ସ୍ୱପ୍ନ

ସେଦିନ ସାଜିଥିଲି ନୀରବଦ୍ରଷ୍ଟା 

 ତୁମ ପ୍ରତି ଟି ଅଭିଯୋଗ ର

ତୁମେ ଲଦି ଚାଲିଥିଲ ଦୋଷ ର ପର୍ବତମାଳା

ଆଉ ମୁଣ୍ଡ ପୋତି ସହିଚାଲିଥିଲି 

ତୁମ ପ୍ରତି ଟି ଆଘାତ ର  

ହଁ ସେଦିନ ଭୁଲ ଥିଲା ମୋର

ପ୍ରତି ଟି ଭୁଲ କୁ କ୍ଷମା କଲା ପରେ ବି 

ମୋ ପାଖରେ ପରିବର୍ତ୍ତନ ର ସଜ୍ଞା ନଥିଲା

ଅନେକ ଘାତ ପ୍ରତିଘାତ ର ଚକ୍ର ରେ 

ସଜାଡିବା ଦାଇତ୍ୱ ଥିଲା ତୁମର

ଆଉ ବଜ୍ର ପାହାର ରେ କ୍ଷତାକ୍ତ କଲ

ନିଜ ପାଖରେ ବିଶଲ୍ୟକରଣୀ ର ସନ୍ଧାନ ଦେଲ

ଆଉ ପୁଣି ଥରେ ଦୁଃସ୍ୱପ୍ନ ଭାବି  

ସବୁ କିଛି ଦୁରେଇ ଦେଲ 

ଆଉ ଇନ୍ଦ୍ରଧନୁ ର ସାତ ରଙ୍ଗରେ 

ବିନା ଫଗୁଣ ରେ ଭିଜେଇଲ

ହେଲେ ଦୁନିଆ ଅନ୍ଧକାର ଆଡକୁ ଯିବା ବେଳେ

ତୁମେ ମତେ ଆଲୋକ ସନ୍ଧାନ ର ରାସ୍ତା ଦେଖାଇଲ

ଯେତେବେଳେ ଚାଲିବା ଆରମ୍ଭ କଲି 

ବିନା ଦ୍ୱିଧାରେ ବିନା ପ୍ରଶ୍ନ ରେ  

ହାତ ଛିଞ୍ଚାଡ଼ି ଚାଲିଗଲ

ଥରୁଟିଏ ପଛ କୁ ବୁଲି ଚାହିଁଲନି

ଥରୁଟିଏ ନୀରିହ ଆଖି ର ଲୁହକୁ

 ଚିହ୍ନିବା ପାଇଁ ଚେଷ୍ଟା ବି କଲନି

ଆଜି ଯେତେବେଳେ 

ବାରମ୍ବାର ନିଜ ପାଇଁ ପ୍ରାୟଶ୍ଚିତ ର ବାଟ ଖୋଜୁଛି

ସେତେବେଳେ ତୁମ କଥା ଭାରି ମନେ ପଡୁଛି

ସତରେ କଣ ତୁମେ ଆଉ ଫେରିବନି

ଥରି ଉଠୁଥିବା ଏ ହାତରେ କଣ 

ତୁମେ ତୁମ ର ସେ ଉଷ୍ମତା ର ସ୍ପର୍ଶ କୁ ଯୋଡିବନି

ଅନେକ ଦିନ ଚୁପ ରହିଲି 

ହେଲେ ଆଉ ପାରିଲିନି

ଶରୀର ର ପ୍ରତି ଟି ଧମନୀ ରେ ବହୁଥିବା ରକ୍ତ

ହ୍ରୁଦୟ ର ପ୍ରତିଟି ଭାବନା ଆଜି ଶକ୍ତ

ଖାଲି ଯାହା ମୁଁ ଜଣେ ପାଗଳ ଆଉ ଲହୁ ରକ୍ତ ଜର୍ଜରିତ...

1 Comments

Post a Comment

Post a Comment

Previous Post Next Post
Free Shubhdristi App Download Now