ଶୀତ ସକାଳ ରେ ଗାଆଁଟି ମୋର
ଦିଶଇ ମୋତେ ସରଗ ପୁର ।
କାକର ଟୋପା ପଡେ ଗଛ ପତ୍ରରେ
ତେଣୁ ଗାଁ ମୋର ସୁନ୍ଦର ଦିଶେରେ ।
ଧୁନି ଜାଳି ବସି ଥାନ୍ତି ଲୋକେ ଖୁସିରେ
ପିଲାମାନେ ଖେଳୁଥାନ୍ତି ତାଙ୍କ ପାଖରେ ।
କାନ୍ଧରେ ବସ୍ତାନି ପକେଇ ପିଲେ
ସ୍କୁଲ ଯାଆନ୍ତି ଚଲେଇ ସାଇକେଲ ।
ଧାନ କ୍ଷେତରେ ଧାନ ହସୁଥାଏ
ଚାଷୀ ଭାଇ ଦେଖି ଆନନ୍ଦ ପାଉଥାଏ ।
ଶୀତ ବସ୍ତ୍ର ପିନ୍ଧି କୁନି କୁନି ପିଲା ମାନେ
ମାଆ କୋଳେ ବସି ହସୁଥାନ୍ତି ମନେ ।
ବଗିଚାରେ ଫୁଟେ ନାନା ଜାତିର ଫୁଲ
ଗଛରେ ଫଳେ ବିଭିନ୍ନ କିସମର ଫଳ ।
ଗ୍ରୀଷ୍ମ ବର୍ଷା ଋତୁ ପରି ଶୀତରେ
ମାଆ ମୋର ଥାଏ ରୋଷେଇ ଘରେ ।
ଶୀତ ବସ୍ତ୍ର ପିନ୍ଧି ବାପା ମୋର
ଚାଲି ଯାନ୍ତି କର୍ମ ସ୍ଥଳୀ କୁ ହେଇ ତରତର ।
ଶୀତ ସକାଳେ ବୁଢୀମା ପାଖେ ବସି
ଗପ ଶୁଣିବାରେ ମିଳେ ଅଲଗା ଖୁସି ।
କେତେ ଯେ ଚଢ଼େଇ ଉଡ଼େ ଆକାଶରେ
ହିସାବ ତାର ନାହିଁ କାହା ପାଖରେ ।
ଶୀତ ସକାଳେ ସେହି ପକ୍ଷୀ ଙ୍କ ସ୍ୱର
ମୋହି ନେଉଥାଏ ମନ ମୋର ।
ପଖାଳ କଂସାଏ ଧରି ବୋଉ ଖୁଡି ମୋର
ମେଲାଇ ଦିଅନ୍ତି ନାନା ଗପର ଆସର ।
ଶୀତ ସକାଳେ ଗାଁ ଦାଣ୍ଡରେ
ସାଙ୍ଗ ସହ ମିଶି କେତେ ଖେଳୁରେ ।
ପାଖ ମନ୍ଦିରରୁ ଘଣ୍ଟି ଶବ୍ଦ ଆସେ ଭାସି
ଜେଜେ ମୋର ପାନ ଖାଉଥାନ୍ତି ହସି ହସି ।
ଶୀତ ସାଥିରେ ଆସେ କେତେ ଯେ ପର୍ବ
ଆମେ ଓଡ଼ିଆ ଲୋକ ଆମର ଗର୍ବ ।
ଘରୁ ଭାସି ଆସେ ପିଠା, ମିଠା ର ସୁଅ
ହସି ସୁସ୍ଥେ ଖାଇ ଖୁସି ହୁଅ ।
ଶୀତ ସକାଳର କଅଁଳ ଖରା
ଲାଗେ ସତେ କେତେ ସୁନ୍ଦର ଏ ଧରା ।
ଶୀତ ଅଟଇ କେତେ ଜଣକ ମିତ
ତା ମିତ ଅଟେ ଭାଗ୍ୟଶାଳୀ ସଙ୍ଗାତ ।
ଶୀତ ତ ଆସେ କେତେ ସ୍ମୃତି ନେଇ
ଗଲାବେଳେ ଯାଏ ଅନେକ ଖୁସି ଦେଇ ।
Post a Comment