ତୁମେ କିଏ ?

ତୁମେ କିଏ ? - ଯାଜ୍ଞସେନୀ ବେହେରା


ତୁମେ କିଏ?

ମୋ ରାତିର ସପନ ନା ଛାତି ର ସ୍ପନ୍ଦନ..

କଳ୍ପନା ରାଜ୍ଯର ରାଜକୁମାର ନା ବାସ୍ତବତା ର ପ୍ରିୟତମ

 ତୁମେ କିଏ ?


ବିଚଳିତ ଏ ମନ ଖୋଜିବୁଲେ ଆଜି

ତୁମ ପରିଚୟ ପାଇଁ

କାହିଁକି କେଜାଣି ହୃଦୟ କୁ ମୋର

ନିରୋଳାରେ ଦିଅ ଛୁଇଁ l


ତୁମେ କିଏ?


ଛୋଟ ଏକ ଜହ୍ନର ଟୁକୁରା

ନା ଆଞ୍ଜୁଳାଏ ଶେଫାଳିର ବାସ୍ନା

ସୂର୍ଯ୍ୟର ଉଷ୍ମତା ନା ଚନ୍ଦ୍ରର ଶୀତଳତା..

ତୁମେ କିଏ ?


ଦେଲ ନାହିଁ ମୋତେ ତୁମ ପରିଚୟ

ତଥାପି ଆଜି ମୁଁ ଅଥୟ

ସତରେ ନ ହେଲା ନାହିଁ

ସପନ ରେ ଦିଅ କହି

ତୁମେ କିଏ ?

Post a Comment

Post a Comment (0)

Previous Post Next Post
Free Shubhdristi App Download Now