ନାରୀ - ନିଲେଶ କୁମାର ଭୋଇ
ମା ତୁମେ ବିଶ୍ବ ଜନନୀ
ତୁମେ ସାଜ ଧ୍ବଂସ କେବେ
ପ୍ରୀତି ପ୍ରଦାୟିନୀ ....
ପତ୍ନୀ ତୁମେ
ପତନରୁ ଉଦ୍ଧାର କାରିଣୀ
ପରାଣ ମରୁରେ ତୁମେ
ପ୍ରେମ ଆଉ ପୁଲକର
ସ୍ବଚ୍ଛ ନିର୍ଝରିଣୀ ....
ତୁମେ ହିଁ ଭଗିନୀ ତୁମେ
ସତୀ ସୀତା, ସାବିତ୍ରୀ ,
ପାପୀଜନ ନିବାରିଣୀ ତୁମେ
ପୁଣି ସର୍ବସଂହା ଧରିତ୍ରୀ....
ପ୍ରେମ,ପ୍ରୀତି ବନ୍ଧନେ ତୁମେ
ସ୍ନେହ ମମତାର ଧରା,
ରୁଦ୍ର ତାପେ ତୁମେ ପୁଣି
ବୈଶାଖର ଝାଂଜି ଖରା....
ଅନ୍ତରର ଶ୍ରଦ୍ଧା ତୁମେ
ଓଠଧାରେ ତୁମେ ସ୍ମିତ ହସ,
କେତେବେଳେ ତୁମେପୁଣି
ଶ୍ରାବଣର ଝଡ଼ ବତାସ....
ଶୀତ ସକାଳର ତୁମେ ଅଟ
ବସନ୍ତର ମଳୟ ପବନ,
ତୁମରି ସ୍ନେହଭରା ସ୍ପର୍ଶ
କାହାକୁ ଦିଏ ନୂଆଁ ଜୀବନ...
ଦୁଇ କୁଳକୁ ହିତ ବୋଲି
ତୁମ ନାମ ଅଟେ ଦୁହିତା,
ବୀର ପ୍ରସବିନୀ ତୁମେ
ସତରେ ତୁମେ ଅପରୁପା....
ତୁମର ମହିମା ଗାନକରେ
ଗୀତା, ଭାଗବତ, ପୁରାଣ,
ମୁ ଯେ ମୁଢ଼ମତି ଦିଅ ହେ ଆଶିଷ
ତୁମ ପାଦ, ପଦ୍ମେ ଶରଣ....
Post a Comment