"ମୋ ମାଆ" - ଶୁଭଶ୍ରୀ ଶୁଭସ୍ମିତା ସାହୁ
ନିଖୂଣ ବିନ୍ଧାଣୀ ଅମୃତବେଳାରେ
ଯତନେ ଗଢିଛି ଯାହାକୁ ସେ ମା'
ସ୍ନେହ-ଶ୍ରଦ୍ଧାର ମୃଣ୍ମୟୀ ପ୍ରତିମା ଟେ,
ସନ୍ତାନର ସୌଭାଗ୍ୟ ସେ,
ଅମାପ ଭଣ୍ଡାର ତ୍ୟାଗର
ସେ ମୋ ମା' ।
ଅଭୟବରଦାୟିନୀ ସେ ଶକ୍ତିସ୍ଵରୂପା
ପବିତ୍ରା ସ୍ରୋତସ୍ଵିନୀ
ପୂଣ୍ୟତୋୟା ଭାର୍ଗବୀ ସେ
ଅପରୂପା ମହେଶ୍ଵରୀ
ଚିର ବନ୍ଦନୀୟା ପୂଜନୀୟା
ସ୍ଵର୍ଗଠାରୁ ଗରୀୟସୀ
ସେ ମୋ ମା' ।
ଦମ୍ଭ ଜୀବନର ଆଦ୍ୟ ବିନ୍ଦୁ ସେ
ପ୍ରବାଳ ଦୁଃଖ ଜଳରାଶିରେ ଶକ୍ତ ତରୀ
ତା' ଆକଟ, ମଉଳା ମୁହଁରେ ବିି ହରସ ଆଣେ
ସଞ୍ଜିବନୀ ତା' ଶବ୍ଦର କୁହୁକ
ପଣତକାନି ତା' ଶ୍ରୀମନ୍ଦିର ନେତ
ପତଳା ଫୁଙ୍ଗୁଳା ଦେହକୁ ଯଥେଷ୍ଟ
ସେ ମୋ ମା' ।
ମମତାମୟୀ ମାଆ ମୋର
ରକ୍ତଜବା ପାଦ ଆଉ ତା' ପେନ୍ଥି ଘୁଙ୍ଗୁର
ବାନ୍ଧିରଖେ ସଭିଙ୍କୁ ତା' ସେନେହର ଡୋର
ଶୁଭ ସେ ମନାସେ କରେ ମଙ୍ଗଳ ଆରତୀ
ଉଜାଗରେ ଜାଗର ପୁଣି ଜାଳେ ସଞ୍ଜବତୀ
ସେ ମୋ ମା'
Post a Comment