ମଥାନତ କରି ସ୍ମରଣ କରୁଛି ଚକା ଆଖିକୁ - ଅରବିନ୍ଦ ବୋସ
କାରାଗାରେ ଜନ୍ମ ତୁମ ରଜନୀ ଅନ୍ଧାରେ
ଆଲୋକର ଆଭା ଦେଲ ତୁମେ ଗୋପପୁରେ
କେତେ କେତେ ଅସୁରଙ୍କ ନାସକଲ ବାଳୁତ ରୂପରେ
ଉଦ୍ଧାର କରିଣ ତାଙ୍କୁ ବସାଇଲ ବୈକୁଣ୍ଠ ପୁରେ
କେତେ କଷ୍ଟ ଦେଲ ତୁମେ ମାତା ଯଶୋଦାଙ୍କୁ
ବିଶ୍ୱ ବ୍ରହ୍ମାଣ୍ଡ ଦେଖାଇ ଉଦ୍ଧରିଲ ତାଙ୍କୁ
ଗୋପ ବାଳକଙ୍କ ସଂଗେ ଖେଳିଲ କେତେ ରଙ୍ଗେ
ଗୋପ ନାରୀଙ୍କ ସଂଗେ କେତେ କେତେ ରଙ୍ଗେ
ତୁମ ପ୍ରିୟ ରାଧା ରାଣୀ ବଡ଼ ଅଭିମାନୀ
ବଂଶୀର ସୁର ଶୁଣି ଆସେ ମାନି ମାନି
ଜରାସନ୍ଧ ଭୟେ ତୁମେ ଦ୍ଵାରକାରେ ରହି
ପାଞ୍ଚାଳୀକୁ ଉଧାରୀଲ କୋଟି ବସ୍ତ୍ର ଦେଇ
ବିଶ୍ୱ ରୂପ ଦେଖାଇଲ ତୁମେ ଅର୍ଜୁନକୁ
ଗୀତା ଜ୍ଞାନ ଦେଲ ପ୍ରଭୁ ସାରା ଜଗତକୁ
ମହାଭାରତ ରଚିଲ ବିଶ୍ୱ ଶାନ୍ତି ପାଇଁ
ସହ କୁଟୁମ୍ବ ବିନାଶ କରିଲ ଜଗତର ପାଇଁ
ଜରା ଶବର ଯେ କି ତପ କରିଲା
ପ୍ରଭୁ ତୁମେ ତା ହସ୍ତେ ମରଣ ହୋଇଲା
ତୁମେତ ପ୍ରଭୁ ଜନ୍ମ ମରଣ ଉପରେ
ମାନବୀୟ ଲୀଳା ତୁମ ମାନବ ରୂପରେ
ଏବେ ପ୍ରଭୁ ବସି ଅଛ ନୀଳକନ୍ଦରରେ
ନୀଳଚକ୍ର ବାନା ଉଡେ ଅତି ମନୋହରେ
ମାନବୀୟ ଲୀଳା କର ଜଗତି ଭିତରେ
ଜନ୍ମାଷ୍ଟମୀ ଲୀଳା ହେବ ଅତି ଗୁପତରେ
ଦେବକୀ ହୋଇ ପ୍ରସବିବେ ଜଗତ ଠାକୁର
ଜଗତ ପୂଜିବେ ତାଙ୍କୁ ବାଳକୃଷ୍ଣ ରୂପରେ
ହର ପ୍ରଭୂ ଜଗନ୍ନାଥ ଜଗତର ଦୁଃଖ
ତ୍ରାହି ତ୍ରାହି ଡାକେ ଜଗତ ଆହେ ପଦ୍ମମୂଖ
ମୁଁ ଛାର ଅଧମ କି ବା ଜଣାଇବି
ଅଂତରଯାମୀ ପ୍ରଭୁ କଣ ଜଣାଇବି
ଶତକୋଟି ପ୍ରଣାମ ଯେ କରୁଛି ତୁମକୁ
ମଥାନତ କରି ସ୍ମରଣ କରୁଛି ଚକା ଆଖିକୁ
ଜୟ ଜଗନ୍ନାଥ.
Post a Comment