ଲୋଭନୀୟ କୃଷ୍ଣରଙ୍ଗ

ଲୋଭନୀୟ କୃଷ୍ଣରଙ୍ଗ - ପ୍ରତୀକ କୁମାର ପହି


ଭାଦ୍ର କୃଷ୍ଣପକ୍ଷ ଅଷ୍ଟମୀ ତିଥି ଯେ 

ଦିଶେ ମଚମଚ କଳା,

ଜୁଆର ଉଠୁଚି ଯମୁନା ନଦୀରେ 

ଜନମିଛି ନନ୍ଦବଳା....

ଦେବକୀ ନନ୍ଦନ ଅଷ୍ଟମ ସନ୍ତାନ 

ଜାତ ହେଲା ବନ୍ଦିଶାଳେ,

ଗୋପରେ ବଢିଲା କହ୍ନେଇ ରୂପରେ 

ମାତା ଯଶୋମତୀ କୋଳେ....

ସହସ୍ର ଗୋପୀଙ୍କ ମନକୁ ରସିଲା 

ବଜେଇ ମୋହନ ବଂଶୀ,

ଅତ୍ୟାଚାରୀ କଂସ ପ୍ରାଣ ହରାଇଲା 

ମଞ୍ଚରୁ ତଳକୁ ଖସି....

ଯୁଗ ଯୁଗ ପାଇଁ ରହିଲା ଅମର 

ରାଧା ମାଇଁ ସାଥେ ପ୍ରେମ,

ଧନ୍ୟ ମହାରାସ ଧନ୍ୟ କୁଞ୍ଜବନ 

ଧନ୍ୟ ସେ ଗୋକୁଳ ଧାମ....

କୃଷ୍ଣମୟ ସତ୍ତା କୃଷ୍ଣମୟ ଚିନ୍ତା 

ପ୍ରେମମୟ ଅଙ୍ଗ ଅଙ୍ଗ,

ସାରା ଦେହେ ମୋର ବୋଳିଦିଅ ଆଜି 

ଲୋଭନୀୟ କୃଷ୍ଣ ରଙ୍ଗ 

Post a Comment

Post a Comment (0)

Previous Post Next Post
Free Shubhdristi App Download Now