ଜ୍ଞାନ

 ଜ୍ଞାନ - ନିଲେଶ କୁମାର ଭୋଇ


ଜ୍ଞାନକୁ ମନ୍ଥିଲେ ଆହୁରି 

ସୁ-ଜ୍ଞାନ ମିଳିବ ଯେ' ଜlଣ,

ସମୁଦ୍ର ମନ୍ଥନେ 'ମାଁ ସରସ୍ୱତୀ'

କହେ' ବେଦପୁରାଣ   l

ଲଷ୍ମୀ ଆବିର୍ଭାବ ହେଲେ ସେହି

ସମୁଦ୍ର ଗର୍ଭରୁ ଜାତ, 

ସୂର୍ଯ୍ୟଜାତହେଲେ ଅନାଦିକାଲେ 

କହେ ଗୀତା,ଭାଗବତ  l

ଵିଶେଷ ଜ୍ଞାନ'ର ଅଧିକାରୀ

ତାକୁ ବୈଜ୍ଞାନିକ ବୋଲଇ,

ଆଧ୍ୟାତ୍ମିକଜ୍ଞାନ ଅଟେ ଶ୍ରେଷ୍ଠ

ସାରା ବିଶ୍ୱ ରହିଛି ଚାହିଁ  l

ଜ୍ଞାନର ପରିମାପେ ଏହି

ଦୁନିଆଁରେ ନାହିଁ ଯନ୍ତ୍ର,

ଜ୍ଞାନ ଅଟେ ନୀଳଆକାଶରେ

ଅବା ଅଗାଧ୍ୟ ସମୁଦ୍ର  l

କୁ-ଜ୍ଞାନ ଅରଜନେ ନର ଯେ'

ପଶୁ ତୁଲ୍ୟ ଅଟଇ,

ସୁ-ଜ୍ଞାନ ଅରଜନେ ଏହିମଣିଷ

ପଣ୍ଡିତ ଯେ' ବୋଲାଇ  l

ଜ୍ଞାନେ ନାହିଁ କିଏ ବଡ଼,ଛୋଟ

ଏଠି ସଭିଏଁ ସମାନ,

ବାଳୁତ ଧର୍ମପଦ ରଖିଗଲେ

ବାରସହ ବଢ଼େଇଙ୍କ ଜୀବନ l

ବିନା ପୁସ୍ତକରେ ଯେଉଁ ଜ୍ଞାନ

ମିଲେ ତାହା' ହିଁ ପ୍ରକୁତ ଜ୍ଞାନ,

ମୂର୍ଖ କାଳିଦାସ ରଚିଲେ 

  ସଂସ୍କୃତେ ଭାଷା ପୁରାଣ l

Post a Comment

Post a Comment (0)

Previous Post Next Post
Free Shubhdristi App Download Now