ବାଉଳା ପବନ

ବାଉଳା ପବନ - ସୁନନ୍ଦା ଦୀକ୍ଷିତ


ରେ ବାଉଳା ପବନତୁ ଆସି

ବିଚଳିତ କରନାହିଁ ମୋତେ

ପ୍ରିୟାପ୍ରିତି ସୁରଭିର ତାନେ

ଆନମନା ହୋଇଲିମୁଁ ସତେ ।।


କି ବାରତା ଆଣିଛୁତୁ ସତେ

ସପନରେ ହଜାଇବୁ ବୋଲି

ପ୍ରିୟାର ଝଲକଟିକେ ପାଇଁ

ଦେଖିବାକୁ ମନହୁଏ ଡୋଲି ।।


ଉଡାଇତୁ ନେଏନାହିଁ  ଧନ

ତା ସାନିଧ୍ୟ ମୋର ଅନୁରାଗ

ମୋ ପ୍ରାଣର ପରାଣତ ସିଏ

ସେ ପୁଣିମୋ ଫୁଲରପରାଗ ।।


ବାଟଚାହିଁ ବସିଅଛି ମୁହିଁ

ତାପଥକୁ କରି ନିରୀକ୍ଷଣ

ନିମିଷକପାଇଁ ପଛେ ତୁହି

ଦେଇଯାଆ ପ୍ରିତି ସମ୍ଭାଷଣ ।।


କପଟିଆ ହୁଅନାହିଁତୁହିଁ

ଚୋରାଇତୁ ନେଏନା ସନ୍ଦେଶ

ପରାଣରୁ ପ୍ରାଣକୁତୁ କାଢି

ଉଡାଇତୁ ନେବୁକାହିଁ ଯଶ ।।


ବାଉଁଳାତୁ ନିଜେହୁଅପଛେ

ମୋତେତୁହି ବାଉଳା ନକର

ପ୍ରିୟାରୂପ ଝଲକରେ ତୁହି 

ମୋହୃଦୟ କର ଭରପୂର ।।


ଋଣିଟିଏ ରହିଥିବି ସଦା

ଭଲତୋତେ ପାଉଥିବି ନିତି

ପ୍ରେମ,ସେହ୍ନ,ସରାଗର ପ୍ରିତି

ବାନ୍ଧିଛୁତୁ ଆମଦୁହିଁକତି ।।


ରହିଯାଆ ରେପବନ ତୁହି

ବାରତାମୁଁ ଦେଉଛି ପ୍ରିୟାକୁ

ଉଡାଇତୁ ନେବୁତାକୁ ଧୀରେ

ମୋପରାଣ ପ୍ରିତିର ହିୟାକୁ ।।



Post a Comment

Post a Comment (0)

Previous Post Next Post
Free Shubhdristi App Download Now