ସପନ ଫାଙ୍କରେ ମୋ ଗାଁ - ଦେବେନ୍ଦ୍ର କୁମାର ନାଏକ
ନିବୃତ୍ତି ନଦୀର ଖଁଡ଼ି ଖଁଡି ବସି
ସପନ ଫାଙ୍କରେ ମୋ ଗାଁ
ଖଲଖଲେଇ ଖଲଖଲେଇ ବୁହେ
ନମସ୍ତେ ଗେଟନୁ ଦିଶେ ଗାଁ।।
ସପନରେ ହେଉ ଯତନରେ ହେଉ
ଗଳି ସନ୍ଧି ରାସ୍ତା ମୋର ଆଶା
ଉକବୁକେଇ ଲାଗସି ସହରୀଜୀବନ
କଂକ୍ରିଟ ରାସ୍ତାଥି ଅଛେ ନିରାଶା।।
ସପନେ ସପନେ କଟି ଯାଏସି ରାତି
ମୋର ଗାଁର ଜାଗା ଚାର ହାତ
ସହରନେ ଦୁକାଲ ସେନେହ ମମତା
ଗାଁନେ ସୁଖେ ମିଲେ ମୁଠେ ଭାତ।।
ଛି..ଲୋ..ଲାଇ ,ଲୁକଲୁକାନି,କେଲିବାଡ଼ି
ଗାଁ ବୁଲି ବୁଲି ଲଟିବୁରୋ,ଆମ
ନୁନ୍ ମିର୍ଚା ଘରୁ ବାଟିକରି ଶିଶିଥି ଭରି
ସାଙ୍ଗସର୍ସା ମିଶି ଖାଏସୁଁ ଜାମ।।
ଯେନ ଗାଁନେ ଜନମ ସେ ମୋର ମାଁ
ତାର ଲାଗି ସିନା ମୋର ଜୀବନ
ଭଲ ଲାଗେ ମୋତେ ମୋର ମାତୃଭୂମି
ସାରାଜୀବନ କର୍ମି ତାର କୀର୍ତ୍ତନ।।
ହିଁସା ଅହଁକାର ଅନମୁନଷିଆ ରାଗ
ରହେସି ବନେ ଧୂରେ ଧୂରେ
ସହରେ ଯାହାର ପକ୍କା ଘର ଭାଗ
ହରମେଶା ଝଗଡ଼ା ମନରେ।।
ଚାଲୁନ ଚାଲୁନ କିଏ ହିଟି ପଡ଼ଲେ
ଲୋକ ଆଏସନ ଧାଇଁ ଧାଇଁ
ସହରେ ରହେଲେ ସବୁ ଟେଢ଼ାବଁକା
ମୁଡ଼ ଘବ୍'ରେଇ ଝାଇଁ ଝାଇଁ।।
ସପନେ ଫାଙ୍କରେ ମୋ ଗାଁ ଲୋକେ
ଗାଁ ମୁଡ଼ସାର ପ୍ରତ୍ୟକ୍ଷ ପଁଥେଇ
ମାଁ ପାଟମେଶରୀ, ମହାଦେବ ବାବା
ମୋର ମୁଡେ ଦିଅନ ହାତଥୁଇ।।
ପଙ୍ଗପଙ୍ଗକେ ଵହ ଭୁଆସେନ୍ ଯେତେ
ଗଧାପଧା ସାରି ଘରକେ ଫିରେ
ଧଙ୍ଗରା ଧାଙ୍ଗରି ଠୋଲ ହେଇ ଥିସନ
ଯିଏ ଯାର କବାରଥି ମାତେରେ।।
ବେଲବୁଡ଼ିଆ ମାଛି ଅଂଧରିଆ
ଗାଏ ଘରକେ ଫିରବାର କଁଟ
ଚାରିଦିଗେ ହୁଲାହୁଲି ହରିବୋଲ
ଗାଁ ମୁଡ଼ସାନୁ ଢାଁଏ ଢାଁଏ ଘଁଟ।।
ସପନ ଫାଙ୍କରେ ସତେ ମୋର ଗାଁ
ସପନେ ସପନେ ରହିଗଲା
ଆରୁ ନାଇଁ ମିଲେ ନ ବାସି ପଖାଲ
ସତରେ ସତରେ ହଜିଗଲା।।
Post a Comment