ରାକ୍ଷୀଟିଏ ତାଙ୍କ ପାଇଁ

ରାକ୍ଷୀଟିଏ ତାଙ୍କ ପାଇଁ - ଦୀପାଞ୍ଜଳି ଦାସ


ରାକ୍ଷୀଟିଏ ତାଙ୍କ ପାଇଁ 
ଖରାଵର୍ଷା ସହି 
ନିଜକୁ ହଜେଇ
ନଶୋଇ ନଖାଇ ସିଏ... 
ମୋ ଦେଶବାସୀ ଖୁସିରେ ରୁହନ୍ତୁ
ବନ୍ଧୁକ ଧରି ସେ କହେ ... 
ତା ପରି ହେବ କିଏ...।। 

ପୂଜା କି ପରବ ତା ଭାଗ୍ୟରେ ନଥାଏ
ଦେଶ ସେବାରେ ସେ ଥାଏ 
ତାଙ୍କ ପାଇଁ ରାକ୍ଷୀ 
ଭଉଣୀର ଆଖି 
ସଭିଙ୍କର ଭାଇ ସିଏ...।। 


କରୋନାପରିକା ମହାମାରି ଵେଳେ 
ଘରେ ଆମେଥିଲେ ରହି
ରାସ୍ତାଘାଟ ବୁଲି ସଚେତନ ବାର୍ତ୍ତା 
ଦେଉଥିଲା ସିଏ ଯାଇ...

କାହିଁ କେତେଦିନୁ ଘରକୁ ନଫେରି ବାହାରେ ସିଏ ରହିଛି
ତା ପାଇଁ ଆଜି 
ରାକ୍ଷୀଟିଏ ଦେବା 
ଯିଏ ଆମକୁ ସୁରକ୍ଷା ଦେଉଛି.. ।। 


ନିଜ ଜୀବନକୁ ବାଜି ଲଗେଇକି
ଆମକୁ ଜୀବନ ଦିଏ
ଦ୍ୱିତୀୟ ଈଶ୍ବର ଆମ ପାଇଁ ସିଏ 
ତା ପାଇଁ ରାକ୍ଷୀଟିଏ ..।। 


ସଭିଙ୍କ ଆଗରୁ ସେ ଉଠିଯାଏ 
ରାସ୍ତାଘାଟ ଜନଗହଳି ଗଳିକନ୍ଦି ବୁଲି
ଆମେ କରିଥିବା ଅଳିଆ ସବୁକୁ
 ଯିଏ ସଫାକରି ନେଇଯାଏ... 
ତା ପାଇଁ ରାକ୍ଷୀଟିଏ ..।।

Post a Comment

Post a Comment (0)

Previous Post Next Post
Free Shubhdristi App Download Now