ସଂଧ୍ଯାର ଶାନ୍ତି

ସଂଧ୍ଯାର ଶାନ୍ତି - ପବିତ୍ର ଦାସ 
ଆଃ କି ଶାନ୍ତି !
ପରମ ଉଲ୍ଲାସରେ ପ୍ରଶମିତ ହେଲା,ଦେହ ମନ
ପ୍ରାଣରେ ଭରିଲା ଜୀବନ;
ଆଉ ତୃପ୍ତ ହେଲା,ଆତ୍ମାରେ ଗ୍ରୀଷ୍ମର ସନ୍ତାପ ।।

ଯେମିତି କଷ୍ଟମରକୁ,ଦେଖିଲେ ରିଟେଲର
ଭଗବାନଙ୍କୁ ଦେଖିଲେ ଭକ୍ତ
ସେମିତି ଏ ସଂଧ୍ୟାରେ,ବର୍ଷାକୁ ଦେଖି ଚାଷୀ ମନ ।।

ପରମ ଭାବାବେଗରେ ଏଇ ମୁହୂର୍ତ୍ତକୁ
ଚାହିଁ ଚାହିଁ ଶୁଖିଛି,ଦେହରୁ ଝାଳ
ଅପେକ୍ଷା କରି ତୁଟିଛି, ମନରୁ ବଳ
ହେଲେ ଆଜି,ଶ୍ରାବଣର ଏ ବାରି ଧାରା 
ଆଣିଦେଲା ସମସ୍ତଙ୍କ ଆଖିରେ,ଖୁସିର ଝଲକ ।।

ଯେମିତି ନ ଦେଖିଲେ ପ୍ରେମିକାକୁ
ପୂରେ ନାହିଁ ଜମାରୁ,ଦେହ ମନ
ବୁକୁରେ ଭରେ ନାହିଁ,ସ୍ପନ୍ଦନ
ସେମିତି ଶ୍ରାବଣର ବାରି ଧାରା;
ମୁହୂର୍ତ୍ତକେ ଆତ୍ମାରେ ଲଗେଇଲା ଅଞ୍ଜନ ।।



Post a Comment

Post a Comment (0)

Previous Post Next Post
Free Shubhdristi App Download Now