ରାକ୍ଷୀ ବନ୍ଧନ - ରାଜଶ୍ରୀ ମଲ୍ଲିକ୍
ଭାଇ ଭଉଣୀ ଙ୍କ ପବିତ୍ର ବନ୍ଧନ
ଖୁସି ର ପର୍ବ ଏ ରାକ୍ଷୀ ବନ୍ଧନ
ଆସିଚି ଆଜି ରେ ବର୍ଷକ ପରେ
ଭାଇ ଭଉଣୀ ଙ୍କ ଖୁସି ନସରେ।
ଥାଳି ରେ ସଜାଡି ଫୁଲ ଚନ୍ଦନ
ମନାଇବା ଆଜି ରାକ୍ଷୀ ବନ୍ଧନ
ଭାଇ ଭଉଣୀ ଙ୍କ ପବିତ୍ର ପ୍ରେମ
ଅତୁଟ ରହୁ ଏ ସାରା ଜନମ।
ରାକ୍ଷୀ ନୁହେଁ ସେ ତ ସେନେହ ଡୋରି
ପ୍ରଭୁ ପାଦେ ମୁଁହି କରେ ଗୁହାରି
ଆଶିଷ ଦିଅ ହେ ଆହେ ମହାଧିଷ
ଭାଇ କୁ ମୋହର ଦିଅ ସାହସ ।
ପାଠ ପଢି ଦିନେ ହୋଇବ ବଡ଼
ଉଜ୍ଜ୍ବଳ କରିବ ନାମ ଦେଶ ର
ଦେଶ ଜାତି ପାଇଁ ନାମ କମାଇ
ଗୌରବ ଲଭିବ ମୋ ସୁନା ଭାଇ।
ରାକ୍ଷୀ ପୂର୍ଣିମା ରେ ନମସ୍ୟ ସେହି
ଯେତେ ସବୁ ମୋର ଦେଶପ୍ରେମୀ ଭାଇ
ଦେଶ ରେ ଜନ୍ମିକି ଏ ଦେଶ ପାଇଁ

ଭାଇ ଭଉଣୀ ଙ୍କ ପବିତ୍ର ବନ୍ଧନ
ଖୁସି ର ପର୍ବ ଏ ରାକ୍ଷୀ ବନ୍ଧନ
ଆସିଚି ଆଜି ରେ ବର୍ଷକ ପରେ
ଭାଇ ଭଉଣୀ ଙ୍କ ଖୁସି ନସରେ।
ଥାଳି ରେ ସଜାଡି ଫୁଲ ଚନ୍ଦନ
ମନାଇବା ଆଜି ରାକ୍ଷୀ ବନ୍ଧନ
ଭାଇ ଭଉଣୀ ଙ୍କ ପବିତ୍ର ପ୍ରେମ
ଅତୁଟ ରହୁ ଏ ସାରା ଜନମ।
ରାକ୍ଷୀ ନୁହେଁ ସେ ତ ସେନେହ ଡୋରି
ପ୍ରଭୁ ପାଦେ ମୁଁହି କରେ ଗୁହାରି
ଆଶିଷ ଦିଅ ହେ ଆହେ ମହାଧିଷ
ଭାଇ କୁ ମୋହର ଦିଅ ସାହସ ।
ପାଠ ପଢି ଦିନେ ହୋଇବ ବଡ଼
ଉଜ୍ଜ୍ବଳ କରିବ ନାମ ଦେଶ ର
ଦେଶ ଜାତି ପାଇଁ ନାମ କମାଇ
ଗୌରବ ଲଭିବ ମୋ ସୁନା ଭାଇ।
ରାକ୍ଷୀ ପୂର୍ଣିମା ରେ ନମସ୍ୟ ସେହି
ଯେତେ ସବୁ ମୋର ଦେଶପ୍ରେମୀ ଭାଇ
ଦେଶ ରେ ଜନ୍ମିକି ଏ ଦେଶ ପାଇଁ
ଗୌରବ ଅର୍ଜୁଛନ୍ତି ଦେଶ ଗରିମା ଗାଇ ।
Post a Comment