ବିଶ୍ୱାସ ଭରସା ଆଉ ସ୍ୱପ୍ନ ର ଦୁନିଆ
କାହିଁକି କେଜାଣି ଆଜି ଲାଗେ ଭାରି ନିଛାଟିଆ
ବର୍ଷା ଭିଜା କିଟ୍ କିଟ୍ ଅନ୍ଧାର ରେ
ଅଚିହ୍ନା ତାରା ମାନଙ୍କ ମେଳରେ
ଖୋଜିବୁଲୁଛି ସେଇ ଉଜ୍ଜ୍ବଳ ତାରାକୁ
ଆଉ ଅପେକ୍ଷା କରିଛି ଯିବା ବାଟକୁ
ଯାହା ଲୁଚି ଯାଇଛି
ଭୟଙ୍କର ରୁପ ନେଇ ଚାଲୁଥିବା
କଳା ବାଦଲ ରେ
ପୁଣି ଫେରିଯାଇ ପହଞ୍ଚି ଯାଏ
ସେଇ ଅଚିହ୍ନା ରାସ୍ତା ରେ
ଯାହା ଲମ୍ବି ଯାଇଛି
ନିଳ ସମୁଦ୍ର ର ଶେଷ ଆଡକୁ
କେହି ଜଣେ କୁହେ
ଅଶାନ୍ତ ଭିତରେ ବୁଡି ଖୋଜିବାକୁ
ହେଲେ ମୁଁ
ଅଣନିଶ୍ୱାସୀ ହେଇଯାଏ
ସେଇ ଖୋଜିବା ରେ...
ସେଦିନ ର ସେ ବିଶ୍ବାସ ଆଜି
ଅବିଶ୍ବସ୍ତ ଲଫାପା ରେ
ସବୁ ସ୍ୱପ୍ନ ଆଜି ମାତାଲ ଅବସ୍ଥା ରେ
ହଁ
ହାରିବା ଆଉ ଜିତିବା ର ପାହାଚ ଅତିକ୍ରମ କରି
ସ୍ତମ୍ଭିଭୁତ ହେଇ ଯାଇଛି ଅନ୍ଧକାର ଭିତରେ
1 Comments
Niraba Manara sundar Vabana
ReplyDelete