ବାହୁଡ଼ି ଗଲେ ମୋ ଭାବଗ୍ରାହୀ

ବାହୁଡ଼ି ଗଲେ ମୋ ଭାବଗ୍ରାହୀ - ଅଭିଜିତ ବେହେରା
ବାହୁଡେ କାଳିଆ ଆଜି 
ଛାଡି ନିଜ ଷଠିଘର
ପୁଣି ନଅ ଦିନ ପରେ
ଫେରେ ସେ ବଡ଼ ଦେଉଳ

ନଅ ଦିନ ପାଇଁ ଦେଉଳର
ସତେ ଅସ୍ଥିତ୍ଵ ଯେ ନାହିଁ
ଅନେଇ ରହିଛି ତହିଁ
ମା ଲକ୍ଷ୍ମୀ ଠାକୁରାଣୀ

ବଡ଼ଦାଣ୍ଡେ ମାନବ ଲୀଳାର
ପୁଣି ଆଜି ପୁନରାବୃତ୍ତି କରାଇ
ଫେରୁଛନ୍ତି ଆଜି ନାଥେ
ବଡଦାଣ୍ଡେ ଗହଳ ଲଗାଇ

ହରିବୋଲ, ହୁଳହୁଳି 
ଘଣ୍ଟ ଶଙ୍ଖ ନାଦ
ତା ଜାତେ ଶୋଭା ପାଏରେ
କି ଗୁଣ୍ଡିଚା କି ବାହୁଡ଼ା ଅବା ନୀଳାଦ୍ରି ବିଜେରେ
ଭାବର ଠାକୁର ସେତ
ଭକତେ ମଜି ଯାଏରେ 

ଏମିତି ଠାକୁର କାହୁଁ ଜଗତେ 
କିଏ ଅଛି କାହିଁ
ଯେ ବାହୁ ଖୋଲିଛି ତା ଭକ୍ତଙ୍କୁ
କୋଳାଇବା ପାଇଁ

ଶୁଣିଛ'କି ଦେଖିଛ'କି କିଏ
କିଏ ଅଛି ତା'ପରି
ଯେ ଭକ୍ତଙ୍କ ଦର୍ଶନେ ପାଇଁ
ମନ୍ଦିରୁ ଆସେ ବାହାରି

ତା ନୀତି ତା ଜାତ
ସବୁଠାରୁ ନିଆରା
ସେହି ଏକା ଏ ଜଗତେ
ଏକମାତ୍ର ସାହାରା

ମନ୍ଦିରୁ ଆସେ ଓହ୍ଲାଇ
ଭକତ ନିମିତ୍ତ ସେ'ତ
ତା ମାୟା ବୁଝା ପଡେନା
ହଟିଆ ଠାକୁର ସେ'ତ 
ବଡ଼ଦାଣ୍ଡେ ଆସେ 
କରି ମାଉସୀ ଘର ବାହାନା

ଏ ବରଷ ଅସମୟେ
ତୋ ମହିମା ବଳେ 
ରଥ ନେଲୁ ଗଡ଼େଇ
ତୋ ବାହୁଡାରେ ବିଶ୍ୱ ବାସୀଙ୍କ
ଏତିକି ମିନତୀ 
କରାେନା ରୂପକ ମହାମାରୀ
ବିଶ୍ବରୁ ନେ ବାହୁଡେଇ !

Post a Comment

Post a Comment (0)

Previous Post Next Post