ସାକ୍ଷାତକାର : ବାବୁଲି କାଣ୍ଡି
ବାବୁଲି କାଣ୍ଡି ଆଜିର ଯୁବପିଢି ପାଖରେ ଏକ ପରିଚିତ ନାମ । ଢେଙ୍କାନାଳ ଜିଲ୍ଲାର ଅରଖପାଳ ପରି ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିବା ବାବୁଲି ଆଜି ନିଜର ଚିତ୍ରକଳା ମାଧ୍ୟମରେ କେବଳ ନିଜ ଗାଁ ନୁହେଁ ବରଂ ସାରା ରାଜ୍ୟ ପାଇଁ ଗୌରବ ର ପରିଚୟ । ନିଜର ବାସ୍ତବଧର୍ମୀ ତଥା ପ୍ରକୃତି ପ୍ରେମୀ ଚିତ୍ର ପାଇଁ ବାବୁଲି ସବୁଠି ପରିଚିତ । ୨୨ ବର୍ଷ ବୟସରେ ୪ଟି ଆନ୍ତର୍ଜାତୀୟ ସ୍ତରର ପୁରସ୍କାର, ୩ଟି ଜାତୀୟ ସ୍ତରର ପୁରସ୍କାର ଏବଂ ଅନେକ ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ ତଥା ପଟ୍ଟ ପ୍ରଶିକ୍ଷକ, Progressive Artist ପରି ସମ୍ମାନର ଅଧିକାରୀ ହେଉଛନ୍ତି ବାବୁଲି । ତେବେ ଶୁଭଦୃଷ୍ଟି ପରିବାର ତରଫରୁ ଯୁବ ଚିତ୍ରଶିଳ୍ପୀ ବାବୁଲି କାଣ୍ଡିଙ୍କୁ ଆମେ ପଚାରିଥିଲୁ ୫ଟି ପ୍ରଶ୍ନ
ପ୍ରଶ୍ନ - ଆପଣଙ୍କ ପିଲାବେଳ ଓ ପାଠପଢ଼ା ବିଷୟରେ ପାଠକଙ୍କୁ କିଛି ସୂଚନା ଦିଅନ୍ତୁ ।
ଉତ୍ତର - ଛୋଟ ବେଳେ ଚିତ୍ର କରିବାର ବହୁତ ଇଛା ଥାଏ, ପାଠ କମ ପଢେ ଅଧିକ ଚିତ୍ର କରେ । ଅଷ୍ଟମ ଶ୍ରେଣୀ ପଢିବା ସମୟରେ ବାପାଙ୍କ ଦେହ ହଠାତ ଅସୁସ୍ଥ ହୋଇଯିବାରୁ ମୁ ମୋର ପାଠ ସହିତ ଘର ଚଳେଇବାରେ ମଧ୍ୟ ଲାଗିଲି । ଏମିତି ଦଶମ ପରେ ପରେ ବାପା ଚାଲିଗଲେ । ଯୁକ୍ତ ଦୁଇ ସରିବା ପରେ ଭାବିଲିକି ବି.କେ ଆର୍ଟ କଲେଜରେ ପଢିବି । କିନ୍ତୁ ପଢିବା ପାଇଁ ଅର୍ଥର ବହୁତ ଅସୁବିଧା ଥିଲା ସେତେବେଳେ, ସେହି ସମସ୍ୟା ଯୋଗୁ ପଢିପାରିଲି ନାହିଁ । ବହୁତ ଚିନ୍ତା କଲା ପରେ ପ୍ରଥମେ ଚାକିରୀ କରିବା ପାଇଁ ମନସ୍ଥ କଲି ପରେ ୨୦୧୬ ଜାନୁଆରୀ ୧୨ ରେ ଗାଁ ଛାଡି ଭୁବନେଶ୍ବର ଆସିଲି ଆଉ ଆପୋଲୋ ହସ୍ପିଟାଲ ରେ ଜୁନିଅର ଷ୍ଟିୱାର୍ଡ ହିସାବରେ ଚାକିରୀ କଲି । ଟିକେ ଟିକେ ଭୁଲ ରେ ମ୍ୟାନେଜର ର ଗାଳି ଆଉ ରୋଗୀ ମାନଙ୍କର ଗାଳି କଥା ଶୁଣି ଲାଗେ ଯେମିତି ଏବେ ଚାକିରୀ ଛାଡ଼ିଦେବି ହେଲେ ସେହି ସମୟରେ ଚିନ୍ତା କରେ ମୁ ପାଠ ପଢିବା ପାଇଁ ହିଁ ଆସିଛି ,ଚାକିରୀ ଛାଡିଲେ ପଢିପାରିବିନି । ଚାକିରୀ କରିବା ସହିତ ମାସିକ ଦରମାରୁ କିଛି ସଞ୍ଚୟ କରି ବି.ଭି.ଏ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଲି । ୨୦୧୬ ରେ ଏଣ୍ଟ୍ରାନ୍ସ ଦେଲି ହେଲେ ଉତ୍ତୀର୍ଣ୍ଣ ହୋଇପାରିଲି ନାହିଁ । ଆଉ ସେବେଠୁ ପରବର୍ତ୍ତୀ ଏଣ୍ଟ୍ରାନ୍ସ ପାଇଁ ନିଜକୁ ପ୍ରସ୍ତୁତ କଲି । ସକାଳେ ହସ୍ପିଟାଲ ରେ ଡ୍ୟୁଟି କଲି ଓ ସନ୍ଧ୍ୟା ରେ ବସ ଷ୍ଟାଣ୍ଡ କୁ ସ୍କେଚ ଅଭ୍ୟାସ କରିବାକୁ ଆସିଲି । ୨୦୧୭ ରେ ବି.ଭି.ଏ ଏଣ୍ଟ୍ରାନ୍ସ ରେ କୃତକାର୍ଯ୍ୟ ହେଲି , ଆଉ ଆଡ଼ମିଶନ କଲି । ରାତିରେ ହସ୍ପିଟାଲରେ ଡ୍ୟୁଟି ଆଉ ଦିନରେ କଲେଜ । ଏମିତି ୨ୟ ବର୍ଷ ଶେଷ ହୋଇଯିବା ପରେ ଚାକିରୀ ଛାଡିଦେଲି ।
ପ୍ରଶ୍ନ - ତେବେ ଚାକିରୀ ଛାଡ଼ିବାପରେ ଆର୍ଥିକ ସମସ୍ୟା କୁ କେମିତି ନିୟନ୍ତ୍ରଣ କଲେ ?
ଉତ୍ତର - ଚାକିରୀ ଛାଡ଼ିବାପରେ ପିଲାଙ୍କ ଘରକୁ ଯାଏ ଚିତ୍ର ଶିଖେଇବାକୁ । ସେଇଥିରୁ ମାସିକ ଯାହା ଆୟ ହୁଏ ସେଥରେ ଚଳିଯାଏ ।
ପ୍ରଶ୍ନ - ସାଧାରଣତଃ ଆପଣଙ୍କୁ କେଉଁ ପ୍ରକାର ଚିତ୍ର କରିବାକୁ ଭଲଲାଗେ?
ଉତ୍ତର - ମୁଁ ସାଧାରଣତଃ ଗ୍ରାମର ପ୍ରକୃତିର ଦୃଶ୍ୟକୁ ମୋର କାନଭାସ ର ଏକ ସରଫେସ ରେ ଦେଖାଇବାକୁ ଚେଷ୍ଟା କରେ । ତା ସହିତ ଗ୍ରାମୀଣ ଅଞ୍ଚଳରୁ ଲିଭିଯାଉଥିବା ସଂସ୍କୃତି ଯେମିତିକି ଚକୁଳିଆ ପଣ୍ଡା, କେନ୍ଦରାଵାଲା, ଶଗଡ଼ ଗାଡ଼ି ଇତ୍ୟାଦି କୁ ରଙ୍ଗ ତୂଳୀରେ ସ୍ଥାନ ଦେବାକୁ ଚାହେଁ । ଏବେ ମୁଁ ଶିଶୁ ଶ୍ରମିକ ମାନଙ୍କ ଉପରେ ଚିତ୍ର ସାଧନା କରୁଛି । ଲାଇଭ ସ୍କେଚ ଓ ପେଣ୍ଟିଂ କରିବାକୁ ମୋତେ ବହୁତ ଭଲ ଲାଗେ।
ପ୍ରଶ୍ନ - ପ୍ରାୟତଃ ସମସ୍ତ ଚିତ୍ରଶିଳ୍ପୀ ମାନେ ନିଜର ଚିତ୍ରର ନାମକରଣ କରୁଥିବାବେଳେ ଆପଣ କୌଣସି ନାମ ଦିଅନ୍ତି ନାହିଁ, ଏହା ପଛରେ କାରଣ କଣ?
ଉତ୍ତର - ସବୁବେଳେ ଚେଷ୍ଟା କରେ ମୋ ଚିତ୍ରକୁ ଏମିତି ସମସ୍ତେ ନିଜ ନିଜର ଦୃଷ୍ଟି ଅନୁସାରେ ଦେଖନ୍ତୁ ଆଉ ନିଜ ଦୃଷ୍ଟି ଅନୁସାରେ ଚିତ୍ରଟିର ନାମ ଦିଅନ୍ତୁ। ସେଥିପାଇଁ କେବେ ଚିତ୍ରର ଶିରୋନାମା ଲେଖେ ନାହିଁ ।
ପ୍ରଶ୍ନ - ଆପଣଙ୍କର ଆଗକୁ ଲକ୍ଷ୍ୟ କଣ ଅଛି ?
ବହୁତ ସୁନ୍ଦର
ReplyDeletePost a Comment